ବାରବାଟୀ ଷ୍ଟାଡିୟମର ହେବ ନବୀକରଣ, ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 26, 2024 IST

କଟକ ୨୬/୦୨: ବାରବାଟୀ ଷ୍ଟାଡିଅମର ନବୀକରଣ କାର୍ଯ୍ୟକ୍ରମ ଲାଗି ଆସନ୍ତାକାଲି ଶିଳାନ୍ୟାସ ହେବ । ପ୍ରାୟ ୬ ଶହ କୋଟିର ଏହି ବୃହତ ନିର୍ମାଣ କାମ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଯଦିଓ ଶିଳାନ୍ୟାସ ଆଭାସୀ ଜରିଆରେ ହେବ, କିନ୍ତୁ ଷ୍ଟାଡିଅମ ପରିସରରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହେବ। ସେଥିପାଇଁ ବ୍ୟାପକ ଆୟୋଜନ ହୋଇଛି, କିନ୍ତୁ ଏସବୁ ଭିତରେ ଏକ ପ୍ରମୁଖ ସମସ୍ୟା ମୁଣ୍ଡ ଟେକିଛି ।

ବାରବାଟୀ ଷ୍ଟାଡିଅମ ପରିସରରେ ଥିବା ଏହି ଘରୋଇ ଶିକ୍ଷାନୁଷ୍ଠାନରେ ଏବେ ଚାଲିଛି ସିବିଏସସି ଏଗଜାମ । ଏବଂ ପରୀକ୍ଷା କେନ୍ଦ୍ର ବାହାରେ ପିଲାଙ୍କ ପ୍ରତୀକ୍ଷାରେ ଅଛନ୍ତି ଅଭିଭାବକ ମାନେ, ତେଣେ ଷ୍ଟାଡିଅମ ଭିତରେ ଚାଲିଛି ବ୍ୟାପକ ଆୟୋଜନ । ବାରବାଟୀ ନବକଳେବର ପାଇଁ ଯେଉଁ ନିଷ୍ପତ୍ତି ହୋଇଛି,ଆସନ୍ତା କାଲି ତାହାର ଶିଳାନ୍ୟାସ ହେବ । ତେବେ ଏଭଳି ପରିସ୍ଥିତି ଭିତରେ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି ।

ପ୍ରସ୍ତାବ ମୁତାବକ ବାରବାଟୀ ଷ୍ଟାଡିଅମକୁ ସମ୍ପୂର୍ଣ୍ଣ ଭାଙ୍ଗି, ସେଠାରେ ସାନି ନିର୍ମାଣ ହେବ, ଏପରି କରାଗଲେ ଷ୍ଟାଡିୟମ ଭିତରେ ଖୋଲିଥୁବା ଶିକ୍ଷାନୁଷ୍ଠାନ ଗୁଡିକର ଭବିଷ୍ୟତ କଣ ହେବ। ଯାହାକୁ ନେଇ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଗତ ସପ୍ତାହରେ 5T ଅଧକ୍ଷ ବାରବାଟୀ ଗସ୍ତରେ ଆସିବା ପରେ, ଏହା ସ୍ପଷ୍ଟ ହୋଇଥିଲା ଯେ, ଷ୍ଟାଡିଅମର ନବୀକରଣ ହେବ ।

ତେବେ ଆସନ୍ତାକାଲି ଏହି ବୃହତ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିଅମ ପରିସରରେ ରହିବେ ପ୍ରାୟ ୨୦ ହଜାର ଦର୍ଶକ। ବଲିଉଡ ଷ୍ଟାର ନେହା କକର ଷ୍ଟେଜ ସୋ କରିବେ । ସେଥିଲାଗି ଷ୍ଟାଡିଅମ ପରିସରରେ ହୋଇଛି ବ୍ୟାପକ ଆୟୋଜନ । ଯୋଜନା ମୁତାବକ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ କାମ, କିନ୍ତୁ ତା ପୂର୍ବରୁ ଶିକ୍ଷାନୁଷ୍ଠାନ ଗୁଡିକ ବିଷୟରେ କିଛି ବଳିଷ୍ଠ ପଦକ୍ଷେପ ନିଆଯିବାଟା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.