ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ବ୍ଲୁ ପ୍ରିଣ୍ଟର ତର୍ଜମା କଲେ 5T ଅଧ୍ୟକ୍ଷ

Published By : Prameya-News7 Bureau | February 21, 2024 IST

କଟକ ୨୧/୦୨: ବାରବାଟୀ ଷ୍ଟାଡିଅମର ସ୍ଥିତି ପରଖିଛନ୍ତି ୫ ଟି ଅଧକ୍ଷ ଭି.କେ ପାଣ୍ଡିଆନ । ବାରବାଟୀକୁ ବିଶ୍ୱ ସ୍ତରୀୟ ଷ୍ଟାଡିୟମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ପପୁଲସ ଆର୍କିଟେକ୍ସ ନାମକ ସଂସ୍ଥା ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥିରେ ବାରବାଟୀ ଷ୍ଟାଡିଅମର ନବକଳେବର ହେବା ସହ ଦର୍ଶକ ସଂଖ୍ୟା ୩୦ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ରହିଛି ।

ଏସବୁ କାର୍ଯ୍ୟକାରୀ ହେବା ପୂର୍ବରୁ ବୁଧବାର ସକାଳୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିଛନ୍ତି । ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମରେ ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟ କୁ ତର୍ଜମା କରିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମ ନବକଳେବର ପ୍ରକଳ୍ପ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ଅଛି ।

wp:embed {"url":"https://www.prameyanews7.com/cm-inaugurates-different-projects-and-cancer-hospital-in-bargarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-inaugurates-different-projects-and-cancer-hospital-in-bargarh/
/wp:embed

ମୁଖ୍ୟମନ୍ତ୍ରୀ ବାରବାଟୀ ନୂଆ ଲୁକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିସିସିଆଇ, ରାଜ୍ୟ ସରକାର ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳ ରେ ହେବ ପୁନଃ ନିର୍ମାଣ କାର୍ଯ୍ୟ । ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏ ର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.