ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାର ଆସିଲା ରାୟ, ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

Published By : Prameya-News7 Bureau | March 04, 2024 IST

କଟକ ୦୪/୦୩: ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାର ଆସିଲା ରାୟ । ଏହି ରାୟ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଯାଇଛି । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନୋମିନେସନ ଦାଖଲ ବେଳେ ମୋକିମ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି ।

ବିଶେଷ କରି ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବାବଦୀୟ ସମ୍ପୂର୍ଣ୍ଣ ତଥ୍ୟ ସେ ରିଟର୍ନିଙ୍ଗ ଅଫିସରଙ୍କ ପାଖରେ ଦାଖଲ କରିନଥିଲେ । ଏବଂ ସେ ସବୁକୁ ସଠିକ ଭାବେ ରିଟର୍ଣ୍ଣିଂ ଅଫିସର ଯାଞ୍ଚ କରିନଥିବା ମଧ୍ୟ ପ୍ରମାଣିତ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

ସୂଚନା ଥାଉକି, କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । କେବଳ ସେତିକି ନୁହେଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ ଗତ କିଛି ଦିନ ଧରି ଏକ ମାମଲା ବିଚାରାଧୀନ ଥିଲା ।

ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ଫଳରେ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ବାର ୱେଲ ଫେୟାର ଫଣ୍ଡରେ ଦାଖଲ କରିବେ ଏହି ଜରିମାନା ରାଶି । ନିର୍ବାଚନୀ ମାମଲାରେ ହାଜର ନହେବାରୁ ଜରିମାନା କରିଥିଲେ ହାଇକୋର୍ଟ ।

you can also read...

wp:embed {"url":"https://www.prameyanews7.com/andhra-health-dept-gave-polio-in-kotia/","type":"wp-embed","providerNameSlug":"prameya-news-7"}
https://www.prameyanews7.com/andhra-health-dept-gave-polio-in-kotia/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.