ଟ୍ରାକ୍ଟର ଚଲାଇ ବିବାହ ପାଇଁ ପହଞ୍ଚିଲା ବର,୫୧ ଟ୍ରାକ୍ଟରରେ ଗଲେ ବରଯାତ୍ରୀ

Published By : Prameya-News7 Bureau | June 12, 2022 IST

ବିବାହକୁ ସମସ୍ତେ ବେସ୍‌ ଆଡମ୍ବରରେ କରିବାକୁ ଚାହାନ୍ତି। ଗ୍ରାଣ୍ଡ ୱେଡିଂ କରିବାକୁ ଚାହାନ୍ତି ସମସ୍ତେ। ବାଜା ବାଣ ରୋଷଣୀ ସହ ଝିଅ ଘରକୁ ଯାଏ ବର। ସାଙ୍ଗରେ ରହିଥାନ୍ତି ବରଯାତ୍ରୀ। କେତେବେଳେ ଘୋଡାରେ ତ କେତେବେଳେ ବଡ କାର୍‌ରେ କନ୍ୟା ଘରେ ପହଞ୍ଚିଥାଏ ବର। କିନ୍ତୁ ନିକଟରେ କନ୍ୟା ଘରକୁ ଟ୍ରାକ୍ଟରରେ ଯାଇଛନ୍ତି ବର। ନିଜେ ଟ୍ରାକ୍ଟର ଚଲାଇ ଯାଇଥିବା ବେଳେ ଆଉ ୫୧ଟି ଟ୍ରାକ୍ଟରରେ ବସି ଯାଇଛନ୍ତି ବରଯାତ୍ରୀ।

ବିବାହ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହା ଦେଖିବାକୁ ଖୁବ୍ ମଜାଦାର। ଏହି ଭିଡିଓ ଗୁଡିକୁ ଲୋକେ ବେସ୍‌ ପସନ୍ଦ ମଧ୍ୟ କରୁଛନ୍ତି। ମିଲିୟନ୍‌ରୁ ଅଧିକ ଭ୍ୟୁ ମିଳୁଛି ଏହି ଭିଡିଓକୁ।  ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌।  

ଭିଡିଓରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍‌ରେ ଲାଗିଛି ଟ୍ରାକ୍ଟକର। ୫୧ଟି ଟ୍ରାକ୍ଟର ଲାଇନ୍‌ରେ। ଗାଡିରେ ବସିଛନ୍ତି ଲୋକ। ରାଜସ୍ଥାନ ସେବ୍‌ନିୱାଲାର ଏ ଦୃଶ୍ୟ। ଏଠାକାର ଜଣେ ବ୍ୟକ୍ତି ବିବାହ କରିବା ପାଇଁ ଟ୍ରାକ୍ଟରର ବ୍ୟବହାର କରିଛନ୍ତି। ୧୫୦ ଜଣ ବରଯାତ୍ରୀଙ୍କୁ ଧରି ସେ ପହଞ୍ଚିଛନ୍ତି କନ୍ୟା ଘର। ଏତେ ସଂଖ୍ୟା ଟ୍ରାକ୍ଟରକୁ ଏକା ସହ ଦେଖି କନ୍ୟା ଘର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସବୁଠୁ ରୋଚକ କଥା ହେଲା , ବର ନିଜେ ଟ୍ରାକ୍ଟର ଚଲାଇ କନ୍ୟା ଘରକୁ ଯାଇଛନ୍ତି।

ଗାଁ ରାସ୍ତାରେ ଟ୍ରାକ୍ଟରର ଲାଇନ୍‌ ଥିବା ଭିଡିଓକୁ ସୋସିଆଲ ମିଡିଆରେ ଯିଏ ଦେଖୁଛି ସେ କହୁଛି ନିଆରା ଆଇଡିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.