କୂଅରେ ପଡିଗଲା ବରଯାତ୍ରୀ ଗାଡି: ୬ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

Published By : Prameya-News7 Bureau | December 09, 2020 IST

ମହୋବା ୦୯/୧୨ : ଉତ୍ତର ପ୍ରଦେଶ ମହୋବା ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ କାର କୂଅରେ ପଡିଯିବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି। ଏକ ବୋଲେରୋ କାରରେ ଯାଉଥିବା ବରଯାତ୍ରୀଙ୍କର ଦୁର୍ଘଟଣା ହୋଇଛି। ଚାଳକ ସମେତ ୬ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମଧ୍ୟ ପ୍ରଦେଶ ଦିୱାନ ଜି ପୁରବା ଗାଁରେ ଦୁର୍ଘଟଣା ଘଟିଛି। ବରଯାତ୍ରୀ ମହୋବା ଶ୍ୱାସା ଗାଁରୁ ପୁରବା ଗାଁ ଯାଇଥିଲେ।

{"id":374886,"sizeSlug":"large","linkDestination":"none"}

ସମସ୍ତ ମୃତକ ଚରଖାରି ଥାନା ଶ୍ୱାସା ଗାଁର ବାସିନ୍ଦା। ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମହାରାଜପୁର ଥାନା ପ୍ରଭାରୀ କହିଛନ୍ତି ଯେ ଏକ ବୋଲେରୋରେ ୯ ବରଯାତ୍ରୀ ଥିଲେ। ମଙ୍ଗଳବାର ରାତିରେ କାରଟି ଏକ କୂଅରେ ପଡିଯାଇଥିଲା। ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":374890,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.