ଭଦ୍ରକ ୨୫।୦୨ : ଦିନକୁ ଦିନ ବରପଦା କଲେଜ ଦୁର୍ନୀତି ମାମଲାର ଅଭିଯୋଗ ପରେ ଅଭିଯୋଗ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜରେ ପ୍ରାୟ ୨୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବରପଦା ବିକାଶ ମଞ୍ଚ।
{"id":913492,"sizeSlug":"full","linkDestination":"none"}
ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ କହିଛି ଯେ, ଏହି ବରପଦା କଲେଜ ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ । ଦିନ ଥିଲା ଏହି କଲେଜରେ ରାଜ୍ୟ ଓ ଦେଶ ବାହାରର ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଥିଲେ । କିନ୍ତୁ ପ୍ରଫୁଲ୍ଲ ସାମଲ ଅଧକ୍ଷ ଦାୟିତ୍ୱ ନେବା ସହ ପରେ ପୁଣି ଚଞ୍ଚକତା କରି ପୁଅ ପ୍ରୟାସକାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେବେ ଠାରୁ ପ୍ରାୟ ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ତଥ୍ୟ ମିଳିଛି । ଦୁର୍ନୀତି ନେଇ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ମଧ୍ୟ ଅବଗତ କରିଥିଲେ। କିନ୍ତୁ ଜମି ଦେଇଥିବା କେତେକ ପରିବାର ଲୋକେ ଚାକିରୀ ପାଇଥିଲେ ମଧ୍ୟ ଦରମା ପାଉନାହାଁନ୍ତି ।
wp:html /wp:htmlତେବେ ଇଡି ରେଡ଼ ପରେ ଉଭୟଙ୍କର ଗିରଫ ଦାବି ହେଉଛି । ଜିଲ୍ଲା ପ୍ରଶାସନ ମଧ୍ୟ ଚାପର ବଶବର୍ତ୍ତୀ ହୋଇଛି । ଏବେ ଏହି କଲେଜକୁ କମିଟିକୁ ଭାଙ୍ଗି ସରକାର ନିଜେ ଦାୟିତ୍ୱ ନେବାକୁ ଦାବି ହେଉଛି । ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି । ଆବଶ୍ୟକ ହେଲେ ଭଦ୍ରକ ଜିଲ୍ଲା ବନ୍ଦ ମଧ୍ୟ ଡାକରା ଦିଆଯାଇପାରେ ବୋଲି ମଧ୍ୟ ମଞ୍ଚ କହିଛି।
wp:embed {"url":"https://www.prameyanews7.com/train-ran-on-tracks-without-driver/","type":"wp-embed","providerNameSlug":"prameya-news-7"}