Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ : ବରମୁଣ୍ଡା ବୁଲ୍‌ସ ଚାମ୍ପିଅନ୍

27/06/2022 at 10:41 AM

ଭୁବନେଶ୍ୱର ୨୭।୦୬: ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ର ୨ୟ ସିଜିନ୍‌। ବରମୁଣ୍ଡା ବୁଲ୍‌ସ ବରମୁଣ୍ଡା ପ୍ରିମିୟର ଲିଗ୍‌ର ଏହି ସଂସ୍କରଣରେ ଚାମ୍ପିଅନ୍‌ ହୋଇଛି । ପୁରସ୍କାର ସ୍ୱରୂପ ଚାମ୍ପିଅନ୍ ଟିମ୍‌କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନ୍‌ର୍ସ ଅପ୍‌ ଟିମକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ନୀଳକଣ୍ଠେଶ୍ୱର କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିଲା ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟ । ୨ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ଟିମ୍‌ ଭାଗ ନେଇଥିଲେ । ୨୬ ତାରିଖ ଦିନ ଉଦ୍‌ଯାପନୀ ଉତ୍ସବ ତଥା ଫାଇନାଲ ମୁକାବିଲାରେ ଭୁବନେଶ୍ୱର ମହାନଗର ନିଗମ ୫୦ ନମ୍ବର ଓ୍ୱାର୍ଡର କର୍ପୋରେଟର ରାମଚନ୍ଦ୍ର ରଣସିଂହ ସମ୍ମାନିଥି ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଂ.ବାଦଲ କୁମାର ମହାନ୍ତି ଯୋଗଦେଇଥିଲେ ।

ବରମୁଣ୍ଡା ପ୍ରିମିୟର ଲିଗ୍‌ ଫାଇନାଲ ମୁକାବିଲାରେ ବରମୁଣ୍ଡା ବୁଲ୍‌ସ ଟିମ୍‌ ବିଜୟୀ ହୋଇଥିଲା । ବରମୁଣ୍ଡା ବୁଲ୍‌ସ ଚମ୍ପିଆନ୍‌ ହେବା ସହ ଟିମକୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହାସହ ରନର୍ସ ଅପ୍‌ ଟିମ୍ ୧୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପାଇଥିଲା ।

   Related Posts