ଖାଇବା ବେଳେ ବଚସା, ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ବୋମାମାଡ଼

Published By : Prameya-News7 Bureau | February 06, 2023 IST

ଭୁବନେଶ୍ବର ୦୬।୦୨ : ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ବୋମାମାଡ଼ । ହୋଟେଲ୍‌ରେ ଖାଇବା ବେଳେ ବଚସାକୁ ନେଇ ବୋମାମାଡ଼ ହୋଇଥିବା ସୂଚନା । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର  ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ଖାଇବା ବେଳେ ବଚସା ହୋଇଥିଲା । ଯେଉଁଥିରେ ୨ ଜଣ ଆସି ବୋମାମାଡ କରିଥିଲେ । ଏହାର କିଛି ସମୟ ପରେ ପୁନର୍ବାର ଆସି ବୋମାମାଡ଼ କରିଥିଲେ ୨ ଦୁର୍ବୃତ୍ତ ।

ତେବେ ବୋମାମାଡ଼ରେ କ୍ଷୟକ୍ଷତି ସଂପର୍କରେ ସବିଶେଷ ସୂଚନା ମିଳିନଥିବା ବେଳେ ଖଣ୍ଡଗିରି ଥାନା ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.