ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ‘ଖଣ୍ଡାଧାର କୁଇନ୍‌’, ହୁତୁ ହୁତୁ ହୋଇଛି ଜଳୁଛି ବସ୍‌

Published By : Prameya-News7 Bureau | January 23, 2023 IST

ଭୁବନେଶ୍ୱର ୨୩।୦୧ : ଜଳିଗଲା ‘ଖଣ୍ଡାଧାର କୁଇନ୍‌’ ବସ୍‌ । ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଥିବା ଖଣ୍ଡାଧାର ବସ୍‌ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା  ଜାରି ରଖିଛି ।  

ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଛିଡା ହୋଇଥିଲା 'ଖଣ୍ଡାଧାର କୁଇନ୍‌' ନାମକ ଏକ ଯାତ୍ରୀବାହୀ ବସ୍‌ । ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ଏହାପରେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ ।

ସେପଟେ ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ । ତେବେ ଏବେ ଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.