ବରମୁଣ୍ଡାରେ ବୁଲିଲା ବୁଲ୍‌ଡୋଜର: ବିରୋଧ କଲେ , କିନ୍ତୁ ହଟିଲେ ଜବରଦଖଲକାରୀ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୦୨: ଖୁବ୍‌ ଶୀଘ୍ର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର । ବରମୁଣ୍ଡାକୁ ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ କରିବାକୁ ସରକାର ଯେଉଁ ଘୋଷଣା କରିଥିଲେ, ତାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ବରମୁଣ୍ଡା ବସଷ୍ଟାଣ୍ଡ ପରିସରରୁ ଆରମ୍ଭ ହୋଇଛି ବେଆଇନ୍‌ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା । ତେବେ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ବେଳେ ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌କୁ  ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

{"id":223696,"sizeSlug":"large"}

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର । ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ୍‌ କରିବାକୁ ଆରମ୍ଭ ହେଲା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିସରରୁ ବେଆଇନ୍‌ ନିର୍ମାଣ ଉଚ୍ଛେଦ ଆରମ୍ଭ ହୋଇଛି । ଏଥି ପାଇଁ ବୁଧବାର ଦିନ ସକାଳୁ ବିଏମସି ଓ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌  ବୁଲ ଡୋଜର ଧରି ବରମୁଣ୍ଡାରେ ପହଞ୍ଚିଥିଲା । ତେବେ ଉଚ୍ଛେଦ ଆରମ୍ଭରୁ  ଏନଫୋର୍ସମେଣ୍ଟ ଟିମ୍‌କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । କିଛି ଲୋକେ ଜେସିବି ମେସିନ୍‌ ଉପରେ ବସି ରହି କାମ ରୋକିବାକୁ ଚେଷ୍ଟା କରିଥିଲେ । ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କରିଥିଲେ କ୍ଷତିଗ୍ରସ୍ତ ବ୍ୟବସାୟୀ ।

{"id":223697,"sizeSlug":"large"}

ବରମୁଣ୍ଡାକୁ ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ଭାବେ ଗଢ଼ି ତୋଳିବାକୁ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ବୁଧବାର ସେଇ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ୧୫ଏକର ଜମିରେ ପାଖାପାଖି ୧୮୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ । ୧୦୦୦ରୁ ଅଧିକ ବସ୍‌ ରହଣି ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ନୂତନ ବସ୍‌ ଟର୍ମିନାଲରେ ଓ୍ବାଇଫାଇ ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଯାତ୍ରୀଙ୍କ ଲାଗି ଇନ୍‌ଫର୍ମେସନ ଡିସ୍‌ପ୍ଲେ ବୋର୍ଡ଼, ସିସିଟିଭି ସର୍ଭେଲାନ୍‌ସ୍‌, ସୋଲାର ଲାଇଟ୍‌, ଏଲିଭେଟର ଏବଂ ଏସ୍କାଲେଟର ବ୍ୟବସ୍ଥା ଭଳି ଆଧୁନିକୀକରଣ କରାଯିବ । ରାଜଧାନୀର ବରମୁଣ୍ଡାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ କରୁଥିବାରୁ ଏହାର ଉନ୍ନତିକରଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

{"id":223698,"sizeSlug":"large"}

ଏବେ ବରମୁଣ୍ଡା ନବକଳେବର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ବେଳେ ଉତ୍ତେଜନାକୁ ନଜରରେ ରଖି  ବ୍ୟାପକ ପୋଲିସ ଫୋର୍ସ ମୁତୟନ ପରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାମ । ବରମୁଣ୍ଡା ପରିସରରେ ଥିବା ଦୋକାନଘର ଗୁଡ଼ିକୁ ଭାଙ୍ଗାଯାଇଛି ।

{"id":223699,"sizeSlug":"large"}

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ବେଳେ ସାମୟିକ ଭାବେ ଖଣ୍ଡଗିରିକୁ ବସଷ୍ଟାଣ୍ଡ ସ୍ଥାନାନ୍ତର କରାଯାଇଛି । ଖଣ୍ଡଗିରିରେ ବିଡିଏ ଚିହ୍ନଟ କରିଥିବା ୨ଏକର ଯାଗାରେ ବସ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି ।

{"id":223700,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.