ମଣିଷ ମୁହଁ ଥିବା ଛେଳି ଛୁଆ ଜନ୍ମ, ଦେଖିବାକୁ ଜଗଲପାଟ ଗାଁର ଲାଗିଛି ଭିଡ
27/11/2022 at 10:15 AM

ବରଗଡ଼ ୨୭।୧୧ : ବରଗଡ଼ ଜିଲ୍ଲା ଗାଇସଲେଟ ବ୍ଲକ ଜଗଲପାଟ ଗାଁରେ ଚମତ୍କାର ଘଟିଛି । ଏଠାରେ ଏକ ଛେଳି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଖବର ଅନୁଯାୟୀ, ଗାଁରେ ଗୃହପାଳିତ ଛେଳି ଏକ ଛୁଆ ଜନ୍ମ ଦେଇଛି । ଯାହାର ରହିଛି ମଣିଷ ପରି ଚେହେରା । କେବଳ ଗାଁର ଲୋକ ନୁହଁନ୍ତି, ସମଗ୍ର ଅଞ୍ଚଳରେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହାର ଭିଡିଓରେ ଛେଳିର ଚେହେରା ଖୁବ୍ ଅଦ୍ଭୁତ ଦେଖାଯାଉଛି। ଏହାର ମଣିଷ ପରି ଦୁଇ ଆଖି ରହିଛି ଓ ଏହାର ଚାରିପାଖରେ କଳା ଘେର ରହିଛି । ଯାହା ଚଷମା ପରି ଲାଗୁଛି। ଏହା ବ୍ୟତୀତ ଛେଳିର ପାଟି ମଧ୍ୟ ମଣିଷ ପରି। ଛେଳିର ଅଦ୍ଭୁତ ପାଟି ହେତୁ ତାକୁ ଚାମଚ ମାଧ୍ୟମରେ କ୍ଷୀର ଖାଇବାକୁ ଦେବାକୁ ପଡୁଛି।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023