ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବରଗଡ ରାଜନୀତିରେ ହାଇ ଭୋଲଟେଜ୍ ଡ୍ରାମା ; ବିଜେଡିରେ ମିଶିଥିବା ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୋଇ ଫେରିଲେ ବିଜେପିକୁ

31/03/2019 at 11:46 AM

ବରଗଡ ୩୧|୩ : ବରଗଡ ରାଜନୀତିରେ ହାଇ ଭୋଲଟେଜ୍ ଡ୍ରାମା । ବରଗଡ ଜିଲ୍ଲା ପରିଷଦର ୯ସଦସ୍ୟା ବିଜେଡିରେ ମିଶିବାର ୨୪ଘଣ୍ଟା ଭିତରେ ବଦଳିଯାଇଛି ଚିତ୍ର । ଏମାନଙ୍କ ଭିତରୁ ସୁଷମା ଭୋଇ ପୁଣି ଥରେ ବିଜେପିକୁ ଫେରି ଆସିଛନ୍ତି । ଏହା ସହ ବିଜେଡି ବିରୋଧରେ ବିଜେପି ଆଣିଛି ସଂଗୀନ ଅଭିଯୋଗ ।

ବରପାଲିରେ ଆୟୋଜିତ ଏକ ସଭାରେ ଯୋଗଦେବାକୁ କହି କୁଆଡେ ସୁଷମାଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରକୁ ନିଆଯାଇଥିଲା । ସେଠାରେ ଭୟଭୀତ କରି ୩ଲକ୍ଷ ଟଙ୍କାର ପ୍ରଲୋଭନ ଦେଇ ଦସ୍ତଖତ କରାଇ ପରେ ବିଜେଡି ଜିଲ୍ଲା ସଭାପତି ବିଜୟ ରଂଜନ ସିଂ ବରିହାଙ୍କ ପଦ୍ମପୁର ସ୍ଥିତ ଘରେ ବିଜେଡିରେ ମିଶିବାକୁ ବାଧ୍ୟ କରାଯାଇଥିବା ନିଜେ ସୁଷମା ଅଭିଯୋଗ କରିଛନ୍ତି । ସେହିପରି ଆଉଜଣେ ଅଧ୍ୟକ୍ଷା ସୁସ୍ମିତା ଦଣ୍ଡସେନା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।

ସେପଟେ ଆଉ ଜଣଙ୍କୁ ଘରୁ ଡାକିନେଇ ଯାଇଛନ୍ତି, ସେ ଏଯାଏଁ ଫେରି ନାହାନ୍ତି ବୋଲି ବିଜେପି କହିଛି । ଏନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୁଜାରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ସେପଟେ ଅଭିଯୋଗ ଭିତ୍ତିହୀନ ଏବଂ ସେମାନେ ନିଜେ ଆସି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

   Related Posts