ବରଗଡ ଧନୁଯାତ୍ରା : ପିତା ଉଗ୍ରସେନଙ୍କୁ ଗାଦିରୁ ହଟାଇ ସିଂହାସନ ଆହୋରଣ କଲେ ଯୁବରାଜ କଂସ

Published By : Prameya-News7 Bureau | January 02, 2020 IST

ବରଗଡ ୦୨।୦୧: ଦ୍ବାପର ଯୁଗକୁ ଫେରିଯାଇଛି ବରଗଡ଼ । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗମଞ୍ଚରେ କଳାକାରଙ୍କ ଜୀବନ୍ତ ଅଭିନୟ ଦେଖି ଦର୍ଶକ ବିଭୋର । ବରଗଡ଼ ସହର ପାଲଟିଯାଇଛି ମଥୁରା ନଗରୀ । ବରଗଡ ଧନୁଯାତ୍ରାର ଦ୍ବିତୀୟ ଦିନରେ ମହାରାଜା କଂସଙ୍କ ନଗର ଭ୍ରମଣରେ ବାହାରି ଥିଲେ । ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜା କଂସ ପାଟମନ୍ତ୍ରୀଙ୍କ ସହ ହାତୀରେ ବସି ବାହାରିଥିଲେ ନଗର ଭ୍ରମଣରେ । ରାସ୍ତାରେ ଯେଉଁମାନେ ନିୟମ ମାନୁ ନ ଥିଲେ ସେମାନଙ୍କୁ ମହାରାଜା କଂସ ଦଣ୍ଡିତ କରିଥିବାବଳେ ନଗର ଭ୍ରମଣ ଦୃଶ୍ୟ ବେଶ ମନୋରମ ହୋଇଛି ।

{"id":205812,"sizeSlug":"large"}

ସେହିପରି ମଥୁରା ନଗରୀର ଶାସନଭାର ଅତ୍ୟାଚାରୀ କଂସଙ୍କ ହାତକୁ ଚାଲିଯାଇଥିବା ବେଳେ ଦିନକୁ ଦିନ କଂସର ଅତ୍ୟାଚାର ବଢିଚାଲିଛି । ତେବେ ମହାରାଜ କଂସ ନଗର ଭ୍ରମଣ ସମୟରେ ବରଗଡ ସରକାରୀ ବସଷ୍ଟାଣ୍ଡକୁ ଯାଇଥିଲେ । ସେଠାରେ ବସ ଉପରକୁ ଯାଇ ଯାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ଯାତ୍ରୀ ମାନେ ମହାରାଜଙ୍କୁ ତାଙ୍କ ଦୁଃଖ କହିଥିଲେ । ସରକାରୀ ବସଷ୍ଟାଣ୍ଡରେ ପରିଶ୍ରା ଗାର ନଥିବା ତଥା ଡ୍ରାଇଭର ମାନେ ବିନା ସିଟ ବେଲ୍ଟରେ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଲାଇବା ଅଭିଯୋକୁ ଶୁଣି ବସଷ୍ଟାଣର ଡିଟିଏମଙ୍କୁ ତାଗିତ କରିବା ସହ ୨ଲକ୍ଷ ସ୍ବର୍ଣ୍ଣ ମିଦ୍ରାରେ ଦଣ୍ଡିତ କରିବାକୁ ନିର୍ଦ୍ଦଶେ ଦେଇଥିଲେ ।

ସେହିପରି ନିସାମଣୀ ପଡିଆ ସ୍ଥିତ ରଙ୍ଗମହଲ ଉଦଘାଟନ ହୋଇଯାଇଛି । ମହାରାଜ କଂସ ଧନୁଯାତ୍ରା କମିଟୀ ସଦସ୍ୟ ମାନଙ୍କ ଉପସ୍ଥିତିରେ ଅନୁଷ୍ଟାନିକ ଭାବରେ ଉଦଘାଟନ ହୋଇଛି । ରଙ୍ଗମହଲକୁ ଜିଲ୍ଳାପାଳ ଜ୍ୟୋତିରନ ପଧାନ ଉଦଘାଟନ କରିଥିଲେ । ପ୍ରତିଦିନ ନଗର ଭ୍ରମଣ ପରେ ମହାରାଜ କଂସ ଏଠାରେ ନୃତ୍ୟଗିତର ମନୋରନ କରିବେ । ରାଜ୍ୟ ତଥା ରାଜ୍ୟ ବାହାରରୁ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଦୀର୍ଘ 11 ଦିନ ଖୋଲାରଙ୍ଗମଞ୍ଚରେ ଧନୁଯାତ୍ରା ଚାଳିବା ପରେ ଶେଷ 4 ଦିନ ମହାରାଜ କଂସଙ୍କ ନିର୍ଦଶରେ ଏଠାରେ ଚାଳିବ ରାଜଦରବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.