ବରଗଡ଼ ୦୭।୦୧ : କଂସ ବଧ ସହ ବରଗଡ ଧନୁଯାତ୍ରା ଶେଷ ହୋଇଛି । ୭୫ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମହୋତ୍ସବ ଧୁମଧାମରେ ସରିଛି। ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ ବଧ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ, କଂସ ବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମହାନାଟକର ଯବନିକା ପଡିଛି ।
{"id":729878,"sizeSlug":"full","linkDestination":"none"}କୃଷ୍ଣ ବଳରାମଙ୍କୁ ହତ୍ୟାକରିବା ପାଇଁ କଂସ ମହାରାଜଙ୍କ ବଡବଡ ଯୋଦ୍ଧାମାନଙ୍କ ଭିତରେ ଚାଲିଥିଲା ପ୍ରତିଯୋଗିତା। କିଏକେଉଁ ପ୍ରକାରେ କୃଷ୍ଣ ବଳରାମଙ୍କସହ ଯୁଦ୍ଧ କରିବ ସେନେଇ ମହାରାଜ କଂସଙ୍କୁ ଅବଗତକରାଇଥିଲେ । ତା ପରେ ମଧ୍ୟ କଂସ ମନରୁ ସନ୍ଦେହ ଦୂର ହୋଇଥିଲା । ମହାରାଜ କଂସ ରାଜଦରବାରର ବିଭିନ୍ନ ଦ୍ୱାରରେ ବଡବଡଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ । ମୁଖ୍ୟ ଦ୍ୱାରରେ ଛିଡା ହୋଇଥିବା କୁବଳୟା ହସ୍ତିକୁ ପ୍ରଥମେ ବଧ କରିବା ପରେ ଅଷ୍ଟମଲ୍ଲ ବୀରଗଣ କୃଷ୍ଣ ବଳରାମଙ୍କସହ ଯୁଦ୍ଧ କରି ନିହତ ହୋଇଥିଲେ ।
{"id":729879,"sizeSlug":"full","linkDestination":"none"}ପରେ କଂସଙ୍କ ଅଙ୍ଗରକ୍ଷୀମାନେ ମଧ୍ୟ କୃଷ୍ଣ ବଳରାମଙ୍କ ହାତରେ ନିହତ ହୋଇଥିଲେ । ଏପରି ସମୟରେ ରଣାଙ୍ଗନକୁ ନଯିବାପାଇଁ ମହାରାଣୀ ପଦ୍ମାବତୀ କଂସଙ୍କୁ ବାରଣ କରିଥିଲେ । ହେଲେ ରଣାଙ୍ଗନକୁ ଯିବା ପାଇଁ ବିଜୟଟିକା ମଥାରେ ଲଗାଇବା ପାଇଁ ରାଣୀଙ୍କୁ କହିଥିଲେ ମହାରାଜ କଂସ । କୃଷ୍ଣଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କରିଥିଲେ ମହାରଜ କଂସ ।କୃଷ୍ଣ ଓ କଂସଙ୍କ ଘମାଘୋଟ ଯୁଦ୍ଧ ପରେ ଶକ୍ତିହୀନ ହୋଇପଡିଥିଲେ କଂସ ମହାରଜ । ଶେଷରେ କୃଷ୍ଣଙ୍କ ହାତରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ଅପେକ୍ଷା କରିଥିଲେ ମଥୁରାବାସୀ।
{"id":729880,"sizeSlug":"full","linkDestination":"none"}