ମଥୁରାରେ କଂସ ରାଜ, ଦୈବୀବାଣୀ ଶୁଣି ଦେବକୀ ବସୁଦେବଙ୍କୁ ପଠାଇଲେ କାରାଗାର

Published By : Prameya-News7 Bureau | January 01, 2020 IST

ବରଗଡ ୧।୧: ଡିସେମ୍ବର ୩୧ ତାରିଖ ସଂଧ୍ୟାରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି ୭୧ତମ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଂଚ ବରଗଡ ଧନୁଯାତ୍ରା । ଏଗାର ଦିନ ଧରି ଅନୁଷ୍ଠିତ ହେବ ବରଗଡ ଧନୁଯାତ୍ରା । ପ୍ରଥମ ଦିବସରେ ଦେବକୀ ବସୁଦେବଙ୍କ ବିବାହ, ଦୈବୀବାଣୀ, ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରାର ସିଂହାସନ ଆରୋହଣ କରିଛନ୍ତି ଯୁବରାଜ କଂସ । ଏହାସହ ମଥୁରା ନଗରୀରେ ଆରମ୍ଭ ହୋଇଯାଇଛି ମହାରାଜା କଂସଙ୍କ ରାଜତ୍ବ ଏବଂ ସମସ୍ତ ଜନସାଧାରଣ ପାଲଟି ଯାଇଛନ୍ତି ଜଣେ ଜଣେ କଳାକାର ।

{"id":205341,"sizeSlug":"large"}

ବହୁ ପ୍ରତୀକ୍ଷାର ଅନ୍ତ ପରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ୭୧ତମ ବିଶ୍ବର ସର୍ବ ବୃହତ ଖୋଲା ରଙ୍ଗ ମଂଚ ବରଗଡ ଧନୁଯାତ୍ରା । ଏହାସହ ବରଗଡ ସହର ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ରୂପାନ୍ତରିତ ହୋଇଯାଇଛି ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ । ସେହିପରି ସମସ୍ତ ଜନସାଧାରଣ ତଥା ଦର୍ଶକ ପାଲଟିଯାଇଛନ୍ତି ଜଣେ ଜଣେ କଳାକାର । ଆଉ ୧୦ଦିନ ଧରି ମଥୁରା ନଗରୀରେ ଚାଲିବ ମହାରାଜା କଂସଙ୍କ ରାଜତ୍ବ ।

{"id":205342,"sizeSlug":"large"}

ବରଗଡର ଗାନ୍ଧି ଛକଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମଥୁରା ନଗର ପରିଭ୍ରମଣ ପରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ପୂଜାର୍ଚ୍ଚନା ପରେ ରାଜା ଉଗ୍ରେସନ ନିଜର ପାତ୍ର ମନ୍ତ୍ରୀଙ୍କ ସହ ଶୋଭାଯାତ୍ରା କରି ପହଚିଂଥିଲେ ହାଟପଦା ସ୍ଥିତ ରାଜ ଦରବାରକୁ । ବରଗଡ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ଆବାହକ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ ସୁରେଶ ପୂଜାରୀ, ଲୋକସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସାଂସଦ ସୁରେଶ ପୂଜାରୀ ଫିତା କାଟି ଆନୁଷ୍ଠନିକ ଭାବରେ ଉଦଘାଟନ କରିଥିଲେ ୭୧ତମ ବରଗଡ ଧନୁଯାତ୍ରା ।

{"id":205343,"sizeSlug":"large"}

ତେବେ ପ୍ରଥମ ଦିବସରେ ବରଗଡ ରାମଜୀ ମନ୍ଦିରଠାରେ ଦେବକୀ ବସୁଦେବଙ୍କ ବିବାହ, ଦୈବବାଣୀ, ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରଗାର ପ୍ରେରଣ ଦୃଶ୍ୟ ଅଭିନୀତ ହୋଇଥିଲା ।

{"id":205344,"sizeSlug":"large"}

ତେବେ ପ୍ରଥମ ଦିନରୁ ଦର୍ଶକଙ୍କ ସମାଗମ ଆରମ୍ଭ ହୋଇଯାଇଥିବାବଳେ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରଥମ ଦିନର ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ ଶୋଭାଯାତ୍ରା । ଧନୁଯାତ୍ରା ଭିତରେ ଆମ ସଂସ୍କୃତି ମହାନ ପରମ୍ପରା ଲୁଚି ରହିଛି ତାକୁ ଆହୁରି ପରିଚିତ କରୁଛୁ ଏ ଯାତ୍ରା ଜରିଆରେ ସମାଜ ଭିତରେ ଭକ୍ତିଭାବ ସୃଷ୍ଟି କରିପାରୁଥିବା ବେଳେ ସାଂସ୍କୃତିକ ସଚେନତା ସୃଷ୍ଟି କରିପାରୁଛୁ ବୋଲି କହିଥିଲେ ଲୋକସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । 

{"id":205346,"sizeSlug":"large"}

ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ କଂସଙ୍କ ମନୋରଞ୍ଜନ ପାଇଁ ଉଦଘାଟିତ ହେବ ରଙ୍ଗମହଲ ଏବଂ ଦେବକୀ ଅଷ୍ଟମ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, କୃଷ୍ଣଙ୍କୁ ନେଇ ବସୁଦେବ ଗମନ ଦୃଶ୍ୟ ଅଭିନୀତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.