ପୋଲିସର ମିଛ କେସ୍ ! ବିଷ ପିଇଲେ କକା-ପୁତୁରା
27/12/2022 at 3:00 PM

ବରଗଡ ୨୭।୧୨ : ବିଷ ପିଇଲେ କକା-ପୁତୁରା । ବରଗଡ଼ ଜିଲ୍ଲା ଭେଡେନ୍ ଥାନା ପୋଲିସ ମିଛ ମାମଲାରେ ଫସାଇ ଦେବାରୁ ବିଷ ପିଇଲେ କକା-ପୁତୁରା । ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସଦାନନ୍ଦ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କକା ସୁଦାମ ମହାକୁଡ଼ ଗୁରୁତର ଅଛନ୍ତି ।
ଖବର ଅନୁଯାୟୀ, ମୃତକଙ୍କ ପରିବାର ଭେଡେନ୍ ପୋଲିସ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପରିବାର ଅନୁସାରେ, କକା-ପୁତୁରାଙ୍କୁ ମିଛ ମାମଲାରେ ଫଶାଇଥିଲା ଭେଡେନ୍ ପୋଲିସ । ଯାହାଫଳରେ ଉଭୟ ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିଲେ । ଏହାପରେ ଉଭୟ କକା-ପୁତୁରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଦାନନ୍ଦ ମହାକୁଡ଼ଙ୍କ ମୃତ୍ୟୁ ହୋଇଯାଇଛି । ଆଉ କକା ସୁଦାମ ମହାକୁଡ଼ ଗୁରୁତର ଅଛନ୍ତି । ଲଗାତର ଭାବେ ସୁଦାମଙ୍କ ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର ।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023