ବରଗଡ଼ ପୋଲିସକୁ ସଫଳତା, ୧୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର କଲା ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 31, 2022 IST

ବରଗଡ଼, ୩୧/୦୩: ବରଗଡ଼ ପୋଲିସକୁ ବଡ଼ ସଫଳତା । ଅମ୍ବାଭୋନା ପୋଲିସ ଦ୍ବାରା ଧରାପଡ଼ିଲା ଡକାୟତି ଗ୍ୟାଙ୍ଗ । ଗତ ୧୦ ତାରିଖ ଅମ୍ବାଭୋନା ଅଗ୍ନିଶମ ଅଫିସ ସମ୍ମୁଖରେ ୫ ଜଣ ଯୁବକ ମୁଖା ପିନ୍ଧି ସମ୍ବଲପୁର ଜିଲ୍ଲାର ମେଘନା ବିଡି କମ୍ପାନିର ସେଲସମ୍ୟାନ ଜଗବନ୍ଧୁ ବଢେଇଙ୍କ ପାଖରୁ ୩ ଲକ୍ଷ ଟଙ୍କା  ଓ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ l ବରଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ଗଠନ କରାଯାଇଥିଲା । ପୋଲିସ ଟିମ ମୋବାଇଲ ଟ୍ରାକିଂ କରି ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଝାଙ୍କରପାଲି ଗାଁକୁ ଯାଇ ଚଢ଼ାଉ କରିଥିଲେ । ଅଭିଯୁକ୍ତ ସୁଶାନ୍ତ ଖରସେଲ, ଜିତେନ୍ଦ୍ର ବଗର୍ତ୍ତୀଙ୍କ ସହିତ ଅନ୍ୟ ଜଣେ ନାବାଳକଙ୍କୁ ଗିରଫ କରିଛି ପୋଲିସ୍‌  l

ପୋଲିସ ଅଭିଯୁକ୍ତଙ୍କ ପାଖରୁ ୧ ଲକ୍ଷ ୨୩,୫୦୦ ଟଙ୍କା ସହ ୪ଟି ମୋବାଇଲ ଜବତ କରିଛି  l ଏହି ଘଟଣାର ଅନ୍ୟ ୨ଜଣ ଅଭିଯୁକ୍ତ ଏବେବି ଫେରାର୍ ଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବରଗଡ଼ ଏସଡିପିଓ ଦୀପକ ଗୋଚ୍ଛାୟତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ମାର୍ଚ୍ଚ ୧୦ ତାରିଖରେ ମେଘନା ବିଡ଼ି କମ୍ପାନୀ ସେଲସ୍‌ମ୍ୟାନ ଜଗବନ୍ଧୁ ବଢ଼େଇ ଏକ ଭ୍ୟାନରେ ଅମ୍ବାଭୋନା ଅଞ୍ଚଳରେ ବିଡ଼ି ବିକ୍ରି କରିବାକୁ ଆସିଥିଲେ l ପାଖରେ ଥିବା ୩ ଲକ୍ଷ ଟଙ୍କା କେମିତି ହଡପ୍ କରିହେବ ତାକୁ ନେଇ ପୂର୍ବରୁ ଯୋଜନା କରିଥିଲେ l ବିଡି କମ୍ପାନୀରେ କାମ କରୁଥିବା ଦୁଇ ସହଯୋଗୀ ସୁଶାନ୍ତ ଖରସେଲ ଓ ଜିତେନ୍ଦ୍ର ବଗର୍ତ୍ତୀଙ୍କୁ ଟଙ୍କା ଲୁଟ କରିବାକୁ ପୂର୍ବରୁ ଯୋଜନା କରିଥିଲେ l ପୂର୍ବ ଯୋଜନା ମୁତାବକ ମାର୍ଚ୍ଚ ୧୦ରେ ବରଗଡ଼ରୁ ଅମ୍ବାଭୋନା ଆସୁଥିବା ବେଳେ ଅମ୍ବାଭୋନା ଅଗ୍ନିଶମ ଅଫିସ ସମ୍ମୁଖରେ ୨ଟି ବାଇକରେ ୫ ଜଣ ଯୁବକ ମୁଖା ପିନ୍ଧି ଧମକ ଚମକ ଦେଇ ୩ ଲକ୍ଷ ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.