Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

OLXରେ ବିକ୍ରି ହେଉଛି ବାରବାଟୀ ଟିକେଟ୍, ଗୋଟିଏର ଦାମ ରହିଛି ୧୦ ହଜାରରୁ ଅଧିକ

11/06/2022 at 10:24 AM

କଟକ ୧୧/୦୬: OLXରେ ବିକ୍ରି ହେଉଛି ବାରବାଟୀ ଟିକେଟ୍ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ଟକ୍କର ପାଇଁ କ୍ରିକେଟ୍ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଥିବା ବେଳେ, ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ୍ ବ୍ଲାକ୍ କରୁଥିବା ଦେଖିବାକୁ ମିଳିଛି ।

OLXରେ ଟିକେଟ ଗୋଟାକୁ ୧୦ ହଜାର ୧ ଟଙ୍କା ରଖାଯାଇଛି । ଭୁବନେଶ୍ବର ଓ କଟକରୁ ଟିକେଟ ବିକ୍ରି ପାଇଁ ଅପଲୋଡ ହୋଇଛି । ଏହାଛଡା ସୋସିଆଲ ମିଡିଆ ସହାୟତାରେ ଟିକେଟ ବିକ୍ରି କରିବାକୁ ଖୋଲାଖୋଲି ପୋଷ୍ଟ କରୁଛନ୍ତି । ଏଥିରେ କେଉଁ ଗ୍ୟାଲେରୀ ଟିକେଟ୍ କେତେ ଦାମରେ ବିକ୍ରି ହେବ ତା’ର ସବିଶେଷ ଦାମ ଲେଖି ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ଗୋଟିଏ ଟିକେଟକୁ ୪ ରୁ ୫ ଗୁଣ ଅଧିକ ଦାମ ଦାବୀ କରୁଛନ୍ତି ଦଲାଲ । ଏମିତି ଜଣେ ବ୍ଲାକରଙ୍କ ସହ କଥା ହୋଇଥିଲେ ଆମ ରିପୋର୍ଟର । ଦେଖନ୍ତୁ ସେ କେମିତି ମୂଲଚାଲ କରୁଥିଲେ ।

   Related Posts