scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରବାଟୀ କାଉଣ୍ଟ ଡାଉନ: ଟସ୍ ନେବ ପ୍ରମୁଖ ଭୂମିକା, ପିଚ୍‌ରେ ଖୁବ୍ ରନ ବର୍ଷିବ !

11/06/2022 at 4:44 PM

କଟକ: ପାଗ ମେଘୁଆ ରହିଲେ  ବାରବାଟୀ ମ୍ୟାଚ ଖୁବ୍ ରୋମାଞ୍ଚକର ହେବ । ଏପରିକି ହାଲକା ବର୍ଷା ହେଲେ ବି ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସେଭଳି ପ୍ରଭାବିତ ହେବନାହିଁ । ଏପ୍ରକାର ପୂର୍ବାନୁମାନ କରିଛନ୍ତି କ୍ରିକେଟ ଏକ୍ସପର୍ଟ।  ବାରବାଟୀ ଷ୍ଟାଡିୟମର ପିଚ୍ ଓ ଆଉଟଫିଲ୍ଡର କଣ୍ଡିସନ୍ ଉପରେ ଏକ୍ସପର୍ଟଙ୍କ ମତ ହେଲା, ଯେ ଟସ୍ ପ୍ରମୁଖ ଭୂମିକା ନେବ ଏବଂ ବାରବାଟୀ ପିଚରୁ ବିଶାଳ ସ୍କୋର ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି ।

ବାରବାଟୀ ଷ୍ଟାଡିୟମର ପିଚ୍‌କୁ ଅନେକ ଦିନ ଧରି ନିରୀକ୍ଷଣ କରିଆସୁଥିବା ଚିଫ କ୍ୟୁରେଟର ଆଜି ଫାଇନାଲ ଟେଷ୍ଟ କରିଛନ୍ତି , ପିଚ୍ ଭଲ ବାଉନ୍ସ କରୁଛି କି ନାହିଁ ତାହା ଜାଣିବାକୁ ଆଜି ପିଚ୍ ଉପରେ ବଲ୍ ପକା ଯାଉଛି । କହିବାକୁ ଗଲେ ଆସନ୍ତା କାଲିର ମ୍ୟାଚ୍ ପାଇଁ ବାରବାଟୀର ପିଚ୍‌କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରା ଯାଇଛି । ତେଣେ  ଆଉଟଫିଲ୍ଡ ସମ୍ପର୍କିତ ପ୍ରାୟ ସମସ୍ତ କାମ ଆଜି ସରିଛି। ତେବେ ପାଗ ଆଜି ମଧ୍ୟ କୋହଲା ରହିଛି , ଯଦି ଆସନ୍ତା କାଲି ବି ପାଗ ଏପ୍ରକାର ରୁହେ , ତେବେ ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ ବୋଲି କହିଛନ୍ତି କ୍ରିକେଟ୍ ଏକ୍ସପର୍ଟ ।

ଦିଲ୍ଲୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଜବରଦସ୍ତ ପ୍ରଦର୍ଶନ ବାରବାଟୀରେ ପ୍ରତିଫଳିତ ହୋଇପାରେ। ତେଣୁ ଟିମ୍ ଇଣ୍ଡିଆର ବୋଲିଂ ଲାଇନକୁ ସଜାଡ଼ିବା ବିଶେଷ ଆବଶ୍ୟକ ବୋଲି କହିଛନ୍ତି କ୍ରିକେଟ ଏକ୍ସପର୍ଟ । ଭ୍ରମଣକାରୀ ଦଳ ସାଉଥ୍ ଆଫ୍ରିକାକୁ ରୋକିବାକୁ ହେଲେ ଟିମ୍ ଇଣ୍ଡିଆର ସ୍ପିନରମାନଙ୍କୁ ବାରବାଟୀ ପିଚ୍‌ରେ ଅଧିକ ପରିଶ୍ରମ କରିବାକୁ ପଡିବ। ବିଶେଷ କରି କ୍ୟାପଟେନ ରିଷଭ ପନ୍ତ ଚାପ ମୁକ୍ତହୋଇ ସଠିକ୍ ନିଷ୍ପତ୍ତି ନେଇପାରିଲେ , ବାରବାଟୀରେ ଟିମ୍ ଇଣ୍ଡିଆ ଜିତିବାର ସମ୍ଭାବନା ଅଧିକ ବୋଲି ମତ ପ୍ରକାଶ ପାଇଛି ।

ବାରବାଟୀ ପିଚ୍‌ରେ ଏବେ ୪ ମିଲି ମିଟରର ଘାସ ରହିଛି।  ଯାହା ଏକ ସ୍ପୋର୍ଟିଂ ପିଚ୍ ବୋଲି କ୍ରିକେଟ ଏକ୍ସପର୍ଟ ମତଭୋଷଣ କରିଛନ୍ତି। ତେଣୁ ଏଭଳି ପିଚ୍‌ରୁ ୨୦୦ ରନ ହେବାର ସମ୍ଭାବନା ରହିଛି।

   Related Posts