ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଜାଲ୍ ଟିକେଟ୍ ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 12, 2022 IST

କଟକ,୧୨/୦୩: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ ସମ୍ପୃକ୍ତ ଦର୍ଶକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଷ୍ଟାଡ଼ିୟମ୍‌ ଭିତରୁ ଥରେ ବାହାରି ସାରିବା ପରେ ଆଉ ଥରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ସେହିପରି ଦୁଇଚକିଆ ଯାନ ନେଇ ଆସିଥିବା ଦର୍ଶକମାନେ ଷ୍ଟାଡିୟମକୁ ଆସିବା ପୂର୍ବରୁ ନିଜ ହେପାଜତରେ ହେଲ୍‌ମେଟ୍‌ ବାହାରେ ରଖି ଆସିବେ । ଦର୍ଶକଙ୍କୁ ବିଡି, ସିଗାରେଟ୍‌, ଦିଆସିଲି, ଲାଇଟର୍‌, ବ୍ୟାଗ୍‌, ବାଡ଼ି, ବୋତଲ, ବ୍ୟାନର୍‌, ପାଣି ପାଉଚ୍‌, ପାଣି ବୋତଲ ବାରଣ କରାଯାଇଛି । ଏମିତିକି ଦର୍ଶକ ସେମାନଙ୍କ ପକେଟ୍‌ରେ ଖୁଚୁରା ପଇସା ରଖିପାରିବେ ନାହିଁ । ସମସ୍ତଙ୍କ ପାଇଁ ମାସ୍କ୍‌ ବାଧ୍ୟତାମୂଳକ କରାଯାଇଛି । ଗ୍ୟାଲେରୀରେ ଦର୍ଶକ କିମ୍ବା ଖେଳାଳିଙ୍କ ଉପରକୁ କୌଣସି ଜିନିଷ ଫିଙ୍ଗିବା ପାଇଁ ବାରଣ କରାଯାଇଛି । ଏଥିରେ କୌଣସି ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.