ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍, ବାଂଲାଦେଶ ବିପକ୍ଷରେ ବିଜୟ ଲକ୍ଷ୍ୟରେ ଭାରତ
13/12/2022 at 12:31 PM

କଟକ ୧୩।୧୨ : ଵାରଵାଟୀରେ ଆରମ୍ଭ ହେଲା ଦୃଷ୍ଟିହୀନ ଵିଶ୍ବକପ ଟି ଟ୍ବେଣ୍ଟି କ୍ରିକେଟ ମ୍ୟାଚ। ଭାରତ ଓ ଵାଂଲାଦେଶ ମଧ୍ୟରେ ଖେଳାଯାଉଥିଵା ଏହି ଟି-ଟ୍ବେଣ୍ଟିରେ ଟସ୍ ଜିତି ଭାରତ ପ୍ରଥମେ ଵୋଲିଂ ନିଷ୍ପତ୍ତି ନେଇଛି।
ତେବେ ଵାଂଲାଦେଶ ଵାରଵାଟୀ ପିଚରେ ଅତିକମରେ ଦୁଇ ଶହ ରନ କରିଵ ଵୋଲି କହିଛି। ସେପଟେ ଏଭଳି ଏକ ଆୟୋଜନ କରି ଓସିଏ ନିଜକୁ ଭାଗ୍ୟବାନ ମନେ କରୁଛି ଵୋଲି ଓସିଏ ସିଇଓ କହିଛନ୍ତି। ଏଭଳି ଆୟୋଜନ ଓଡିଶା ଦୃଷ୍ଟିହୀନ କ୍ରିକେଟକୁ ଉତ୍ସାହିତ କରିଵ ଵୋଲି ଓସିଏ କହିଛି। ଵାଂଲାଦେଶ ଚଳିତ ଵିଶ୍ବକପରେ ଭଲ ପ୍ରଦର୍ଶନ କରି ଟେଵୁଲ ଟପରେ ରହିଛି। ଭାରତ ପାଞ୍ଚ ପଏଣ୍ଟ ସହ ପଏଣ୍ଟ ଟେଵୁଲର ଦ୍ବିତୀୟ ସ୍ଥାନରେ ରହିଛି।