ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

T-20 ପୂର୍ବରୁ ସଜେଇ ହୋଇଛି ବାରବାଟୀ, ଖେଳାଳିଙ୍କ ପାଇଁ ସ୍ୟାଣ୍ଡ ବେସ୍ ଓ ଆଉଟ ଫିଲ୍ଡର ବ୍ୟବସ୍ଥା

10/06/2022 at 2:56 PM

କଟକ ୧୦/୦୬: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କମ୍ପିବ ବାରବାଟୀ ଷ୍ଟାଡିୟମ୍ । ଆସନ୍ତାକାଲି ବାରବାଟୀରେ ନେଟ ପ୍ରାକ୍ଟିସ୍ କରିବେ ଉଭୟ ଦଳ । ତେଣୁ ଗ୍ରାଉଣ୍ଡ ଉପରେ ଖେଳାଳି ମାନେ ପହଁଚିବା ଆଗରୁ ଆଜି ସମସ୍ତ ପ୍ରସ୍ତୁତିର ରିହର୍ସଲ ହୋଇଛି । ତେବେ ମ୍ୟାଚ ପୂର୍ବରୁ ପାଗ ନେଇ ବଢିଲାଣି ଆଶଙ୍କା। କେତେବେଳେବି ବାରବାଟୀ ଷ୍ଟାଡିୟମ ଉପରେ ବର୍ଷାର ପ୍ରଭାବ ପଡିପାରେ ।

ତେଣୁ ଲଣ୍ଡନ ରୁ ଅଣାଯାଇଥିବା ଏହି ଗ୍ରାଉଣ୍ଡ କଭରକୁ ଆଜି ପୁଣିଥରେ ପଡିଆ ଭିତରେ ଢାଙ୍କିବାର ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ ମାନେ । ତେଣେ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ କିପରି ସ୍ପାଇଡର କ୍ୟାମେରା install ହୋଇପାରିବ । ସେଲାଗି ସ୍ଵତନ୍ତ୍ର ଟିମ ଆଜିଠାରୁ କାମ ଆରମ୍ଭ କରିଦେଇଛନ୍ତି । ଯଦିଓ ବାରବାଟୀ ମୁକାବିଲା ପାଇଁ ଦର୍ଶକ ଗ୍ୟାଲେରୀ ଗୁଡ଼ିକ ପ୍ରସ୍ତୁତ ହୋଇସାରିଛି , ତଥାପି ଭି ଆଇ ପି ମାନଙ୍କ ବସିବା ଲାଗି ପଡିଆ ଭିତରେ ସ୍ଵତନ୍ତ୍ର ଆୟୋଜନ ହେଉଛି ।

ବାରବାଟୀ ଷ୍ଟାଡିୟମ୍ ପାଇଁ ଏହା ହେବ ୨୭ ତମ ଆନ୍ତର୍ଜାତୀୟ ମ୍ୟାଚ୍ । ଗତକାଲି ଖେଳା ଯାଇଥିବା ମ୍ୟାଚ୍ ଜଣାଇ ଦେଇଛି ଯେ , ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ର ବ୍ୟାଟ୍ସମ୍ୟାନ୍ ମାନେ ଜବରଦସ୍ତ ଫର୍ମ ରେ ଅଛନ୍ତି । ତେଣୁ ବାରବାଟୀ ର ପିଚ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି କ୍ୟୁରେଟର ଏବଂ ତାଙ୍କ ଟିମ୍ ।

   Related Posts