Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାର୍ ମାଲିକ ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ କଏଦ ହେଲା ଆକ୍ରମଣର ଦୃଶ୍ୟ

15/06/2019 at 11:53 AM

ବଡବିଲ ୧୫|୬: କେନ୍ଦୁଝର ଜିଲ୍ଲା ଯୋଡାରେ ବାର୍ ମାଲିକ ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଶୁକ୍ରବାର ଅପରାହ୍ନ ୪ଟା ସମୟର ଘଟଣା । ସୋନି ବାର୍ ଆଣ୍ଡ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ଆସିଥିଲେ ।  ଖାଇସାରିବା ପରେ ବିଲ୍ ପେମେଣ୍ଟ କରିବା ସମୟରେ ବାର୍ କର୍ମଚାରୀ ଲୁଲୁ ନାୟକଙ୍କ ସହ କଥା କଟାକଟି ହୋଇଥିଲା । ଝଗଡା ଏତେ ବଢି ଗଲା ଯେ ଯୁବକ ୨ ଜଣ ଲୁଲୁଙ୍କୁ ଆକ୍ରମଣ କରିବା ସହ ମାଡ ମାରିଥିଲେ ।

ଏହି ସମୟରେ ବାର୍ ମାଲିକ ବିଜୟ ସିଂ ଗାନ୍ଧି ଓ ଅନ୍ୟ କର୍ମଚାରୀ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ । ଯୁବକ ୨ ଜଣ ତାଙ୍କୁ ବୋତଲରେ ଆକ୍ରମଣ କରି ଲହୁଲୁହାଣ କରିବା ସହ କ୍ୟାସ୍ କାଉଣ୍ଟରରୁ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ସେମାନଙ୍କୁ ଟାଟା ଷ୍ଟିଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts