ଭୁବନେଶ୍ବରରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ

Published By : Prameya-News7 Bureau | September 03, 2020 IST

ଭୁବନେଶ୍ବର୩/୯:  ରାଜ୍ୟ ସରକାର ଅନଲକ୍-୪ ଗାଇଡ୍‌ ଲାଇନ୍ ଜାରି କରିସାରିଛନ୍ତି। ତେବେ ଗାଇଡ୍‌ ଲାଇନ୍ ଅନୁସାରେ ଭୁବନେଶ୍ବରରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ ।

{"id":324533,"sizeSlug":"large"}

ରାଜ୍ୟରେ ଥିବା ସମସ୍ତ ବାର୍  ଓ ରେଷ୍ଟୁରାଣ୍ଟ ଖୋଲିବ ବୋଲି ରାଜ୍ୟ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍ ଉଲ୍ଲେଖ ରହିଛି।

{"id":324534,"sizeSlug":"large"}

କୋଭିଡ ଗାଇଡ୍ ଲାଇନକୁ ପାଳନ କରି ବାର୍ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକ ଖୋଲାଯିବ ବୋଲି ଅନଲକ୍-୪ ଗାଇଡ୍‌ ଲାଇନ୍‌ରେ କଡ଼ା ନିର୍ଦ୍ଦେଶ ରହିଛି। ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଆଜି ରାଜ୍ୟର କିଛି ସ୍ଥାନରେ ବାର ଏବଂ ରେଷ୍ଟୁରାଣ୍ଟ ଖୋଲା ହୋଇଛି ।

{"id":324535,"sizeSlug":"large"}

 ତେବେ କଣ୍ଟେନମେଣ୍ଟ ଅଞ୍ଚଳ କିମ୍ବା ଅନ୍ୟ ଅଞ୍ଚଳର ଯେଉଁଠାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଠାରେ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି ନିଷ୍ପତ୍ତି ନେବ । କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ବାର ଓ ରେଷ୍ଟୁରାଣ୍ଟ ବନ୍ଦ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.