ଦ୍ଵିତୀୟ ଥର ବାପା ହେଲେ ବାପି ଲେହିରିଙ୍କ ପୁଅ ବପ୍ପା, କହିଲେ-‘ବାପି ଇସ୍ ବ୍ୟାକ୍’
1/06/2023 at 11:31 AM

ମୁମ୍ଵାଇ ୦୧।୦୬: ହିନ୍ଦୀ ଚଳଚ୍ଚିତ୍ରରେ ସବୁଠୁ ଫାଷ୍ଟ ସଙ୍ଗୀତ ଦେବାର ଶ୍ରେୟ ବାପି ଲେହିରିଙ୍କୁ ଦିଆଯାଇଛି । ବାପି ଲେହିରି ତାଙ୍କ କ୍ୟାରିୟରରେ ନିଜର କ୍ୟାରିୟରରେ ଏକରୁ ଏକାଧିକ ସଙ୍ଗୀତ ଦେଇଛନ୍ତି। ଯାହା ଆଜି ବି ଆମ ମନରେ ରହିଛି। ହେଲେ ବର୍ତ୍ତମାନ ଏହି ସଙ୍ଗୀତ ନିର୍ଦ୍ଦେଶକ ଆମ ମଧ୍ୟରେ ନାହାଁନ୍ତି। କିନ୍ତୁ ଯଦି ସେ ବଞ୍ଚିଥାନ୍ତେ ତେବେ ସେ ଦ୍ୱିତୀୟ ଥର ପାଇଁ ତାଙ୍କ ଜେଜେବାପା ହେବାର ସୁଖ ଉପଭୋଗ କରିଥାନ୍ତେ । ନିକଟରେ ବାପି ଲେହିରିଙ୍କ ପୁଅ ବପ୍ପା ଲେହିରିଙ୍କ ଘରେ ଖୁସି ଖବର ଆସିଛି । ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି।
ନିକଟରେ ବପ୍ପା ଲେହିରି ଏବଂ ତାଙ୍କ ପତ୍ନୀ ତନିଶା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ତାଙ୍କ ପତ୍ନୀ ତନିଶା ଏଥର ଲସ ଏଞ୍ଜେଲସରେ ତାଙ୍କର ଦ୍ୱିତୀୟ ପୁଅକୁ ଜନ୍ମ ଦେଇଛନ୍ତି। ୨୭ ଡିସେମ୍ବରରେ ବପ୍ପା ଲାହିରି ତାଙ୍କ ପତ୍ନୀଙ୍କ ଗର୍ଭବତୀ ହେବାର ଖବର ଜଣାଇଥିଲେ। ରିପୋର୍ଟ ଅନୁଯାୟୀ ପୁଅକୁ ନେଇ ବପ୍ପା ବହୁତ ଖୁସି ନଜର ଆସିଛନ୍ତି। ପରିବାରରେ କୁହାଯାଉଛି କି ପିଲାର ଜନ୍ମ ସହିତ ବାପି ଲେହରିଙ୍କ ଜନ୍ମ ହୋଇଛି। ଏହା ବ୍ୟତୀତ ତାଙ୍କ ପୁଅ କହିଥିଲେ କି ଯଦି ଆଜି ସେ ବଞ୍ଚି ଥାଆନ୍ତେ ତାହାଲେ ବହୁତ ଖୁସି ହୋଇଥାନ୍ତେ।