ପୁଅର ଗୁଳି ମାଡରେ ବାପା ମୃତ, ବନ୍ଧୁକ ଜବତ ଓ ଅଭିଯୁକ୍ତ ଫେରାର୍
7/09/2022 at 10:31 AM

ଉଦଳା ୦୭/୦୯: ପୁଅର ଗୁଳି ମାଡରେ ବାପାର ମୃତ୍ୟୁ । ଉଦଳା ଥାନା କାଶୀକୁଣ୍ଡଳ ଗ୍ରାମରେ ଘଟିଛି ଏହି ଅଘଟଣ । ଘରୋଇ ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଛି । ମୃତକ ବାପା ଟିଲୁ ନାଏକ । ତେବେ ହତ୍ୟା ପରେ ଅଭିଯୁକ୍ ପୁଅ କୈଳାସ ନାଏକ ଫେରାର ହୋଇଯାଇଛି ।
ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅର ବନ୍ଧୁକ ଜବତ କରିଛି ପୋଲିସ । ସେପଟେ ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Related Posts
ଗାଁରେ ବୁଲୁଛି ଦନ୍ତା, ଭୟରେ ଗାଁଲୋକେ
6 February 2023
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023