ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପୁଅର ଛୁରା ମାଡରେ ବାପା ମୃତ

Published By : Prameya-News7 Bureau | October 25, 2022 IST

ସାନଖେମୁଣ୍ଡି ୨୫/୧୦: ସୋମବାର ସବୁଠି ଆଲୋକର ପର୍ବ ଦୀପାବଳି ପାଳନ ହେଉଥିଲା । ଗାଁଠୁ ସହର ସବୁଠି ଧୁମ୍ ଧାମ୍‌ରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଥାନା ପଢାଳ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ପୁଅର ଛୁରା ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି ।

ସୂଚନା ଥାଉକି କୌଣସି କାରଣ ଯୋଗୁଁ ଆସିକା ପଢାଳ ଗାଁ ଅରୁଣ ନାହାକ ବାପା ଦେଵରାଜ ନାହାକକୁ ଛୁରୀ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ ଦେବରାଜଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.