ନିଶାରେ ମାତାଲ ପୁଅ ସାଜିଲା ହତ୍ୟାକାରୀ, କୁରାଢି ଚୋଟରେ ବାପାକୁ ହାଣି ମାରିଲା
1/06/2023 at 8:08 AM

ନିମାପଡା ୦୧/୦୬: ପୁଅର କୁରାଢ଼ି ଚୋଟରେ ବାପା ମୃତ । ମୃତକ ଜଣଙ୍କ ହେଉଛନ୍ତି ୬୦ ବର୍ଷୀୟ ହୃଷିକେଶ ପ୍ରଧାନ । ଘଟଣାପରେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ । ଘଟଣା ପିପିଲି ଥାନା ସାନକଣ୍ଟି ଗ୍ରାମରେ । ତେବେ ନିଶାରେ ମାତାଲ ହୋଇ ପୁଅ ଏପରି କରିଥିବା ଅନୁମାନ କରୁଛି ପୋଲିସ ।
ସୂଚନା ଥାଉକି, ବିଳମ୍ୱିତ ରାତିରେ ପୁଅ ଜିତୁ ମଦ ନିଶାରେ ଚୂର ହୋଇ ଆସି ଘରେ ଝଗଡା କରିଥିଲେ । ବାପା-ପୁଅଙ୍କ ମଧ୍ୟରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ, ପୁଅ ରାଗିଯାଇ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିଁ ବାପା ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ଛାନଭିନ୍ କରିଛି ।
Related Posts
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023
ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ
28 September 2023