ନିଶା ଖାଇବାକୁ ଟଙ୍କା ଦେଲାନି ବାପା, ଲୁହା ରଡରେ ପିଟି ପିଟି ମାରିଦେଲା ପୁଅ

Published By : Prameya-News7 Bureau | April 30, 2023 IST

ଆଠଗଡ ୩୦/୦୪: ପୁଅ ହାତରେ ଗଲା ବାପର ଜୀବନ । ରଡରେ ପିଟିପିଟି ବୃଦ୍ଧ ବାପକୁ ହତ୍ୟା କଲା ପୁଅ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁ ରେ ଘଟିଛି ଅଭାବନୀୟ ଘଟଣା । ନିଶା (ଗଞ୍ଜେଇ) ଖାଇବାକୁ ପଇସା ମାଗିଲା ନ ଦେବାରୁ ବାପା କୁ ଏକ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଛି ନିଜର ପୁଅ ।

ମୃତକ ହେଲେ ଉକ୍ତ ଗାଁ ର ୭୫ ବର୍ଷୀୟ ବାଲୁଙ୍କେଶ୍ୱର ମହାନ୍ତି । ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତି କୁ ଅଟକ ରଖ ତଦନ୍ତ କରୁଛି ଆଠଗଡ଼ ପୋଲିସ । ଅର୍ପତି ମାନସିକ ରୋଗୀ ହୋଇଥିବାରୁ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ । ନିଶାଦ୍ରବ୍ୟ ଖାଇବା ପାଇଁ ପଇସା ମାଗିଥିଲେ ପଇସା ନଦେବାରୁ ବାପାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.