ବାପାଙ୍କ ମୃତଦେହକୁ କାନ୍ଧା ଦେଲେ ୪ ଝିଅ: ସମାଜର ନୀତି-ନିୟମକୁ ଖାତିର ନ କରି ସାଜିଲେ ଉଦାହରଣ
1/12/2020 at 5:21 PM

ଝାରସୁଗୁଡା୧/୧୨: ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଯାହା ସଂପର୍କରେ ଜାଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେ ନାହିଁ। ବାପାଙ୍କ ମର ଶରୀରକୁ କାନ୍ଧା ଦେଲେ ୪ ଝିଅ। ସମାଜର ସମସ୍ତ ପରମ୍ପରା ଖାତିର ନ କରି ଚାରି କାନ୍ଧରେ ବାପାଙ୍କୁ ଶଶ୍ମାନ ନେଇଥିଲେ ଚାରି ଝିଅ। ଝାରସୁଗୁଡା ଲଇକେରା ବ୍ଳକସ୍ଥିତ କେନ୍ଦୁଡିହି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଛି। ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ। ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ୯୧ ବର୍ଷରେ ଦେହାନ୍ତ ହେବା ପରେ ବାପାଙ୍କ ମର ଶରୀରକୁ ୪ ଭଉଣୀ ନିଜ କାନ୍ଧରେ ବୋହି ନେବା ପରେ, ଏହା ବାସ୍ତବରେ ନାରୀ ଶସ୍ତ୍ରସ୍ତିକରଣର ଏକ ଉଦାହରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
୪ ଝିଅ ହେଲେ ସୁରୁଜ ବୁଦୁଲା, ଯଶୋବନ୍ତ କିିଶାନ, ରଜନୀ ପ୍ରଧାନ ଓ ସବିିତା ମାଝି। କୋଭିଡ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମାପନରେ ଲକ୍ଷ୍ମଣଙ୍କ ନାତି ଆକାଶ ମାଝୀ ମୁଖାଗ୍ନି ଦେଇଥିଲେ। ଏହିି ଅବସରରେ ରତ୍ନାକର ପ୍ରଧାନ, ଅଶୋକ ମାଝି, କେଦାର ମାଝି, ଶୁକଦେବ ପ୍ରଧାନ, ବିିରବଲ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ନିିରଞ୍ଜନ ପ୍ରଧାନ, ରୋହିିତ କିିଶାନ ଉପସ୍ଥିତ ଥିଲେ।