ହୃଦୟ ଜିତିଲେ ଛାୟାରାଣୀ, ବନ୍ୟାଞ୍ଚଳରେ ଆଣ୍ଠୁଏ ପାଣିରେ ପଶି ବାଣ୍ଟିଲେ ଖାଦ୍ୟ

Published By : Prameya-News7 Bureau | August 24, 2022 IST

ଭଦ୍ରକ ୨୪/୦୮: କୋଭିଡ ସମୟରେ ନିଜ ଉତ୍ପାଦିତ ପନିପରିବା ବଣ୍ଟନ କରି ଚର୍ଚ୍ଚାରେ ଥିଲେ ମହିଳା ଚାଷୀ ଛାୟାରାଣୀ ସାହୁ । ତାଙ୍କର କାର୍ଯ୍ୟକୁ ଭାରତୀୟ କ୍ରିକେଟର ମଧ୍ୟ ଟୁଇଟ ଯୋଗେ ପ୍ରଶଂସା କରିଥିଲେ । ଏବେ ବନ୍ୟା ସମୟରେ ପୁଣି ସହାୟତାର ହାତ ବଢ଼ିଛନ୍ତି ଛାୟାରାଣୀ ।

ବାସୁଦେବପୁର ବ୍ଲକରୁ ଆସି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବନ୍ୟା ପ୍ଲାବିତ ଅଞ୍ଚଳ ରେ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ନିଜ ସାଧ୍ୟମ ମତେ ବଣ୍ଟନ କରିବା ସହ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ଛାୟାରାଣୀ । କୋଭିଡ ସମୟରେ ମଧ୍ୟ ନିଜ ବାଡ଼ି ରେ ଚାଷ କରିଥିବା ପନି ପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଗାଁ ଗାଁ ବୁଲି ବାଣ୍ଟୁଥିଲେ ।

ଏହି ଘଟଣାକୁ ଭାରତୀୟ କ୍ରିକେଟର ଟୁଇଟ ଯୋଗେ ପ୍ରଶଂସା କରିଥିଲେ । ଏବେ ପୁଣି ଥରେ ନିଜେ ବନ୍ୟାଞ୍ଚଳକୁ ଯାଇ ଅସୁବିଧା ରେ ଥିବା ବନ୍ୟା ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.