ଉପରମୁଣ୍ଡରେ ଲାଗିରହିଛି ବର୍ଷା, କାଶୀନଗର ଠାରେ ବିପଦ ସଙ୍କେତ ଟପିଲା ବଂଶଧରା
20/08/2022 at 3:05 PM

ଗଜପତି ୨୦।୦୮: ବିପଦ ସଙ୍କେତ ଟପିଲା ବଂଶଧରା । ଗଜପତି ଜିଲ୍ଲା କାଶୀନଗର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧରା । ତେବେ ଏଠାରେ ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ୫୪.୬୫ ଜଳ ପ୍ରବାହିତ ହେଉଛି ।
ଖବର ଅନୁଯାୟୀ, ବଂଶଧରା ନଦୀର ଉପର ମୁଣ୍ଡରେ ବର୍ଷା ଲାଗିରହିଛି । ଫଳରେ ନଦୀର ଜଳସ୍ତର ବଢି କାଶୀନଗର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହାଫଳରେ ନଦୀକୂଳିଆ ବାସୀଙ୍କ ଘାରିଲାଣି ଭୟ । ଘରେ ବନ୍ୟାଜଳ ପଶିବା ନେଇ ଆଶା ଓ ଆଶଙ୍କାରେ ଉପକୂଳିଆ ବାସୀ ।
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023