ମେହୁଲ ଚୋକସିଙ୍କ ସମେତ ୫୦ ଡିଫଲ୍ଟରଙ୍କ ୬୮ ହଜାର କୋଟି ଟଙ୍କା ଋଣ ମାଫ : ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯/୦୪ : ଦେଶର ଅନେକ ବ୍ୟାଙ୍କ ୫୦ ଜଣ ବଡ ଡିଫଲ୍ଟରଙ୍କ ୬୮,୬୦୭ କୋଟି ଟଙ୍କାର ଋଣ ମାଫ କରାଯାଇଛି | କାରଣ ବ୍ୟାଙ୍କ ସ୍ପଷ୍ଟ ଭାବେ ଜାଣିସାରିଛି ବ୍ୟାଙ୍କରୁ ନେଇଥିବା ଋଣ ଏମାନେ ଫେରସ୍ତ କରିବେନାହିଁ | ଏମାନଙ୍କ ମଧ୍ୟରେ ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସି ମଧ୍ୟ ସାମିଲ ଅଛି | ମେହୁଲଙ୍କ ସମ୍ପର୍କରେ ପ୍ରତିକ୍ରିୟା ରହିଛି କଂଗ୍ରେସ | କଂଗ୍ରେସ କହିଛି ବିଜେପି ସରକାର ଏମାନଙ୍କ ସହିତ ରହିଛି |

ମଙ୍ଗଳବାର ଦିନ ମିଡ଼ିଆ ରିପୋର୍ଟ ରିଜର୍ଭ ବ୍ୟାଙ୍କ ଦଵା ସୂଚନା ଅଧିକାର ଆଇନ ଦ୍ୱାରା ଦିଆଯାଇଥିବା ସୂଚନା ସାମ୍ନାକୁ ଆସିଛି | ଆଇଟିଆଇ କାର୍ଯ୍ୟକର୍ତ୍ତା ସାକେତ ଗୋଖଲେ ସୂଚନା ଦେଇଛନ୍ତି ଯେ, ଅଧିକାର ଆଇନ ଅନୁଯାୟୀ, ଦେଶର କେନ୍ଦ୍ରୀୟ ବ୍ୟାଙ୍କରୁ ୫୦ ଡିଫଲ୍ଟର ବ୍ୟୁରୋ ଏବଂ ସେମାନେ ନେଇଥିବା ଋଣ ସମ୍ପର୍କରେ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ସୂଚନା ମାଗିଥିଲେ | କିନ୍ତୁ ସରକାର କୌଣସି ସୂଚନା ଦେଇନଥିଲେ ବୋଲି ଗୋଖଲେ କହିଛନ୍ତି | ସେ ଆଋବିଆଇର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ଅଭୟ କୁମାର, ଏପ୍ରିଲ ୨୪ ତାରିଖ ଶନିବାର ଦିନ ସୂଚନା ଦେଇଥିଲେ ଯେଉଁଥିରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ରହିଥିଲା | ସୂଚନା ଅନୁଯାୟୀ, ୬୮୬୦୭ କୋଟି ଟଙ୍କା ବାକି ରହିଛ ଏବଂ ୨୦୧୯ ସେପ୍ଟେମ୍ବର ୩୦ତାରିଖ ଯାଏଁ ଏହା ଟେକ୍ନିକାଲି ପ୍ରୂଡେନ୍ସିଆଲି ବାକି ଖାତାରେ ପକା ଯାଇଥିଲା |

କଂଗ୍ରେସ ମିଡ଼ିଆ ପ୍ରଭାରୀ ରଣଦୀପ ସୁରଜେବାଲା ଏହି ତଥ୍ୟ ଉପରେ ପରିକରିଆ ରଖି କହିଛନ୍ତି ଯେ, "ବ୍ୟାଙ୍କ ଲୁଟେରାଙ୍କ ଦ୍ୱାରା ଟଙ୍କା ଋଣ କର, ବିଦେଶ ଯାଅ, ଋଣ ମାଫ କରାଅ, ଟ୍ରାଭେଲ ଏଜେନ୍ସିର ପର୍ଦାଫାଶ ! ପଳାୟନଙ୍କ ସହ ତାଙ୍କ ଋଣ ମଧ୍ୟ ମାଫ, ବିଜେପି ସରକାରଙ୍କ ମୂଳମନ୍ତ୍ର |" ସେ କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୧୬ ତାରିଖରେ ସଂସଦରେ ରାହୁଲ ଗାନ୍ଧୀ ଦେଶର ସବୁଠାରୁ ବଡ ୫୦ ବ୍ୟାଙ୍କ ଠକେଇଙ୍କ ନାଁ ମୋଦି ସରକାରଙ୍କୁ ପଚାରିଥିଲେ | ଅର୍ଥମନ୍ତ୍ରୀ ଓ ସରକାର ଷଡ଼ଯନ୍ତ୍ରକାରୀଙ୍କ ଭଳି ଚୁପ ରହିଥିଲେ ଏବଂ କାହାର ନାଁ କହିନଥିଲେ | ବର୍ତ୍ତମାନ ଆରଟିଆଇ ଜବାବରେ ଆରବିଆଇ ଖୁଲାସା କରି କହିଛି ଯେ ୫୦ ଜନ ସବୁଠାରୁ ବଡ ବ୍ୟାଙ୍କ ଠକେଇ ମାମଲାରେ ୬୮୬୦୭ କୋଟି ଟଙ୍କା ଋଣ ମାଫ କରିବା ପାଇଁ ସ୍ୱୀକାର କରିଛି |

ସେ କହିଛନ୍ତି ଯେ, ବର୍ତ୍ତମାନ ପୁରା ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଛି | ଦୈନନ୍ଦିନ ଗୁଜୁରାଣ ପାଇଁ କୋଟି କୋଟି ଶ୍ରମିକଙ୍କୁ ସହର ଛାଡି ଗାଁକୁ ଯିବାକୁ ପଡୁଛି | ୧୧୩ ଲକ୍ଷ ଯବାନ, ଅବସରପ୍ରାପ୍ତ ମିଲିଟାରୀ ଅଫିସର, ସରକାରୀ କର୍ମଚାରୀଙ୍କ ୩୭,୫୩୦ କୋଟି ଟଙ୍କା ମହଙ୍ଗା ଭତ୍ତା ମୋଦି ସରକାର କାଟି ଦେଇଛନ୍ତି | ଛୋଟ ଛୋଟ ବ୍ୟବସାୟ ଠପ ହୋଇଯାଇଛି | ତଥାପି ମୋଦି ସରକାରଙ୍କ ଦ୍ୱାରା ବ୍ୟାଙ୍କ ଡିଫଲ୍ଟରଙ୍କ ଋଣ ମାଫ କରାଯାଉଛି | 

ଏହି ଡିଫଲ୍ଟରଙ୍କ ତାଲିକାରେ ମେହୁଲ ଚୋକସିଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍ସ ଲିମିଟେଡ଼ ଶୀର୍ଷରେ ରହିଛି ଯାହା ଉପରେ ୫୪୯୨ କୋଟି ଟଙ୍କାର ଋଣ ରହିଛି | ଗିଲି ଇଣ୍ଡିଆ ଲିମିଟେଡ଼ ଏବଂ ନକ୍ଷତ୍ର ବ୍ରାଣ୍ଡ ଲିମିଟେଡ଼ କ୍ରମଶଃ ୧୪୪୭ କୋଟି ଟଙ୍କା ଓ ୧୧୦୯ କୋଟି ଟଙ୍କା ଋଣ କରିଥିଲେ | ଚୋକସି ବର୍ତ୍ତମାନ ଏଣ୍ଟିଗୁଆ ଏବଂ ବାରବାଡୋସଁ ଦ୍ବୀପର ନାଗରିକ | ତାଙ୍କ ଭଣଜା ହୀରା ବ୍ୟବସାୟୀ ନିରବ ମୋଦି ବର୍ତ୍ତମାନ ଲଣ୍ଡନରେ ଅଛି |

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆରଇଆଇ ଏଗ୍ରୋ ଲିମିଟେଡ଼ ରହିଛି ଯିଏ ୪୩୧୪ କୋଟି ଟଙ୍କା ଋଣ କରିଛି | ଏହି କମ୍ପାନୀର ନିର୍ଦେଶକ ସନ୍ଦୀପ ଝୁଁନଝୁଁନଵାଲା ଏବଂ ସଞ୍ଜୟ ଝୁଁନଝୁଁନଵାଲା ପାଖାପାଖି ବର୍ଷେ ହେଲା ପ୍ରବର୍ତନ ନିର୍ଦେଶାଳୟର ତଦନ୍ତ ଘେରରେ ଅଛନ୍ତି | ତାଙ୍କ ତଳକୁ ଅଛନ୍ତି ହୀରା ବ୍ୟବସାୟୀ ଯତୀନ ମେହତା ଯିଏ ୪୦୦୦ କୋଟି ଟଙ୍କା ଋଣ କରିଛନ୍ତି | କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ବିଭିନ୍ନ ବ୍ୟାଙ୍କ ସହ ଜଡିତ ଏହି ମାମଲାର ଯାଞ୍ଚ କରୁଛି | ଏହି ତାଲିକାରେ ତଳକୁ ଅଛନ୍ତି କାନପୁରର ରୋଟମେକ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଯିଏ ୨ ହଜାର ଟଙ୍କା ଋଣ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.