scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଟୋବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଆର୍ଥିକ ନେଣଦେଣ ଥିଲେ ଜଲଦି ଜଲଦି ଶେଷ କରନ୍ତୁ କାମ

1/10/2023 at 7:16 PM

ନୂଆଦିଲ୍ଲୀ ୧।୧୦: ଉତ୍ସବରେ ଭରା ଅକ୍ଟୋବର ମାସଟି ଚଳିତବର୍ଷ ଛୁଟିରୁ ଆରମ୍ଭ ହୋଇଛି। ୧ ଅକ୍ଟୋବାର ରବିବାର ହୋଇଥିବାରୁ ସାରା ଦେଶ ଛୁଟି ଥିବା ବେଳେ ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ନିମନ୍ତେ ଦେଶରେ ଛୁଟି। ଅକ୍ଟୋବରରେ ମୋଟ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଣୁ ଯଦି ବ୍ୟାଙ୍କ କାମ ଥାଏ ତେବେ ଜଲଦି ଜଲଦି ଶେଷ କରିଦିଅନ୍ତୁ। ମାସରେ ରବିବାର ଗୁଡିକ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହା ଛଡା ପର୍ବପର୍ବାଣୀ ନିମନ୍ତେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

ଯଦି ଅକ୍ଟୋବରରେ ଆପଣଙ୍କର ଆର୍ଥିକ ନେଣଦେଣ କାମ ଥାଏ ତେବେ ଏହି ମାସର ବ୍ୟାଙ୍କ ଛୁଟି ସମ୍ପର୍କରେ ମଧ୍ୟ ଜାଣିବା ଦରକାର। ଆରବିଆଇ ବ୍ୟାଙ୍କ ହଲିଡେକୁ ୩ ଭାଗରେ ବର୍ଗିକୃତ କରିଛନ୍ତି। ତେବେ ମାସ ତମାମ ନେଟ୍ ବ୍ୟାଙ୍କିଙ୍ଗ ଓ ଏଟିଏମ ସେବା ନିର୍ବାଧାରେ ଚାଲିବ। ଅକ୍ଟୋବର ୨୦୨୩ରେ ନିମ୍ନ ଲିଖିତ ଦିନ ଓ ଅବସରରେ  ବ୍ୟାଙ୍କ ବନ୍ଦ ରହିବ। ୨ ଅକ୍ଟୋବର ସୋମବାର ଗାନ୍ଧି ଜୟନ୍ତୀ ଯୋଗୁ ଜାତୀୟ ଛୁଟି ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୧୪ ଅକ୍ଟୋବର ଶନିବାର ମହାଳୟା ନିମନ୍ତେ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ।

୨୧ ଅକ୍ଟୋବର ଶନିବାର ଦୁର୍ଗା ପୂଜା ମହାସପ୍ତମୀ ଯୋଗୁ ତ୍ରିପୁରା, ଆସାମ, ମଣିପୁର ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ଛୁଟି ରହିବ। ସେହିପରି ୨୩ ଅକ୍ଟୋବର ସୋମବାର ଦଶହରା ମହାନବମୀ ନିମନ୍ତେ ଆୟୁଧ ପୂଜା, ଦୁର୍ଗାପୂଜା ଓ ବିଜୟାଦଶମୀ କାରଣରୁ ତ୍ରିପୁରା, କର୍ଣ୍ଣାଟକ, ଓଡିଶା, ତମିଲନାଡୁ, ଆସାମ, ଆନ୍ଧ୍ରପ୍ରଦେଶ, କାନପୁର, କେରଳ ଓ ଝାଡଖଣ୍ଡ, ବିହାର ସହିତ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ୨୪ ଅକ୍ଟୋବର ଦଶହରା ଯୋଗୁ ଦୁର୍ଗାପୂଜା ଯୋଗୁ ଆନ୍ଧ୍ରପ୍ରଦେଶ ଓ ମଣିପୁରକୁ ବାଦ ଦେଲେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୫ ଅକ୍ଟୋବର ବୁଧବାର ସିକ୍କିମରେ ଦଶହରା ଯୋଗୁ ବ୍ୟାଙ୍କ ବନ୍ଦ ରହିବ, ୨୬ ଅକ୍ଟୋବର ସିକ୍କିମ ଓ ଜମ୍ମୁ-କାଶ୍ମୀରରେ ଦୁର୍ଗାପୂଜା ଭଷାଣୀ ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ। ୨୮ ଅକ୍ଟୋବର ଶନିବାର ପଶ୍ଚିମବଙ୍ଗରେ ଲକ୍ଷ୍ମୀପୂଜା ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ। ୩୧ଅକ୍ଟୋବର ମଙ୍ଗଳବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ନିମନ୍ତେ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ।  

ସେପ୍ଟେମ୍ବରରେ ଭାରତୀୟ ସେୟାର ବଜାରରୁ ₹୧୪୭୬୭ କୋଟି ଟଙ୍କା କାଢି ନେଇଛନ୍ତି FPI, ଜାଣନ୍ତୁ କେଉଁକାରଣରୁ ହ୍ରାସ ହେଲା ଆଗ୍ରହ

   Related Posts