ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ ! ତୁରନ୍ତ କରାଇନିଅନ୍ତୁ ଜରୁରୀ କାମ
25/08/2023 at 8:14 PM

ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି, ଯଦି ଅଛି, ତାହାହେଲେ ତୁରନ୍ତ କରାଇନିଅନ୍ତୁ। କାହିଁକିନା ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ। ଜାତୀୟ ଓ ଆଞ୍ଚଳିକ ଛୁଟି ଆସନ୍ତା ମାସରେ ପଡୁଥିବାରୁ ଖୋଲିବନି ବ୍ୟାଙ୍କ। ଯଦି ଏଇ ମାସରେ ଆପଣଙ୍କ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ତାହାହେଲେ ଶିଘ୍ର କରାଇନିଅନ୍ତୁ।
ସେପ୍ଟେମ୍ବରରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ପରି ଜାତୀୟ ଓ ଅନେକ ଆଞ୍ଚଳିକ ଛୁଟି ପଡୁଛି। ଏସବୁ ଦିନମାନଙ୍କରେ ବ୍ୟାଙ୍କ ବନ୍ଦ ରହିଲେ ବି ଏଟିଏମ୍ ଓ ନେଟ୍ ବ୍ୟାଙ୍କିଙ୍କ୍ ସେବା ଚାଲୁ ରହିବ। ତେବେ ରାଜ୍ୟ ଅନୁସାରେ ସେମାନଙ୍କ ଆଞ୍ଚଳିକ ଛୁଟି ରହିଛି।
ତେବେ ଜାଣିନିଅନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ:
ସେପ୍ଟେମ୍ବର ୩- ରବିବାର
ସେପ୍ଟେମ୍ବର ୬- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ସେପ୍ଟେମ୍ବର ୭- ଜନ୍ମାଷ୍ଟମୀ
ସେପ୍ଟେମ୍ବର ୯- ଦ୍ୱିତୀୟ ଶନିବାର
ସେପ୍ଟେମ୍ବର ୧୦- ରବିବାର
ସେପ୍ଟେମ୍ବର ୧୭-ରବିବାର
ସେପ୍ଟେମ୍ବର ୧୮- ବରସିଦ୍ଧି ବିନାୟକ ବ୍ରତ ଓ ବିନାୟକ ଚତୁର୍ଥୀ
ସେପ୍ଟେମ୍ବର ୧୯- ଗଣେଶ ଚତୁର୍ଥୀ
ସେପ୍ଟେମ୍ବର ୨୦- ଗଣେଶ ଚତୁର୍ଥୀ(ଦ୍ୱିତୀୟ ଦିନ) ଓ ନୂଆଖାଇ
ସେପ୍ଟେମ୍ବର ୨୨- ଶ୍ରୀନାରାୟଣଗୁରୁ ସମାଧି ଦିବସ
ସେପ୍ଟେମ୍ବର ୨୩- ଚତୁର୍ଥ ଶନିବାର ଓ ମହାରାଜା ହରି ସିଂଙ୍କ ଜନ୍ମଜୟନ୍ତୀ
ସେପ୍ଟେମ୍ବର ୨୪- ରବିବାର
ସେପ୍ଟେମ୍ବର ୨୫- ଶ୍ରୀମନ୍ତ ଶଙ୍କରଦେବା ଜନ୍ମ ବାର୍ଷିକୀ
ସେପ୍ଟେମ୍ବର ୨୭- ପ୍ରପେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ
ସେପ୍ଟେମ୍ବର ୨୮-ଇଦ୍-ଏ-ମିଲାଦ୍
ତେବେ ସେପ୍ଟେମ୍ବର ୭ ଜନ୍ମାଷ୍ଟମୀରେ ଅହମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗ୍ୟାଙ୍ଗଟକ୍, ହାଇଦ୍ରାବାଦ-ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚି, ସିଲଂ, ସିମଲା ଓ ଶ୍ରୀନଗରରେ ବନ୍ଦ ରହିବ।
ସେପ୍ଟେମ୍ବର ୨୨ ଶ୍ରୀନାରାୟଣଗୁରୁ ସମାଧି ଦିବସରେ କୋଚି ଥିରୁବନନ୍ତପୁରମରେ ଥିବା ବ୍ୟାଙ୍କ ବନ୍ଦ ରହିବ।
ସେପ୍ଟେମ୍ବର ଇଦ୍-ଏ-ମିଲାଦରେ ଅହମଦାବାଦ, ଐଜିଓ୍ୱାଲ, ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଡେରାଡୁନ, ହାଇଦ୍ରାବାଦ-ତେଲେଙ୍ଗାନା, ଇମ୍ଫାଲ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର ଓ ରାଞ୍ଚିରେ ଥିବା ବ୍ୟାଙ୍କ ବନ୍ଦ ରହିବ।