ଋଣ ଆବେଦନ ପ୍ରତ୍ୟାଖାନ କରିବାରୁ ବ୍ୟାଙ୍କ ସମ୍ମୁଖକୁ ଆବର୍ଜନା ଗଦା କରିଦେଲେ ସଫେଇ କର୍ମଚାରୀ

Published By : Prameya-News7 Bureau | December 25, 2020 IST

ଭୁୟୁରୁ ୨୫।୧୨: ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲା ଭୁୟୁରୁ ନଗର ନିଗମ ଅଞ୍ଚଳରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଅଳିଆ ଗଦା ଶନିବାର ସକାଳେ ବ୍ୟାଙ୍କ କର୍ମଚାରୀଙ୍କୁ ହତବାକ କରିଦେଇଥିଲା। ଗଦା ହୋଇଥିବା ଅଳିଆ ଆବର୍ଜନା ପାର କରି କର୍ମଚାରୀ ବ୍ୟାଙ୍କ ଭିତରକୁ ଯିବା ବି ସମ୍ଭବ ନଥିଲା। ଅନ୍ୟପକ୍ଷରେ ଆବର୍ଜନା ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲା।

{"id":382663,"sizeSlug":"large","linkDestination":"none"}

ତେବେ କେବଳ ଷ୍ଟେଟ୍ ବ୍ୟାଙ୍କ ନୁହେଁ ସହରରେ ଥିବା କର୍ପୋରେସନ ବ୍ୟାଙ୍କ, ଆନ୍ଧ୍ରବ୍ୟାଙ୍କ ଓ ସିଣ୍ଡିକେଟ୍‌ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖର ଅବସ୍ଥା ମଧ୍ୟ ସମାନ ଥିଲା। ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ଜଗନ୍ନାଣ ଥୋଡୁ’ ସ୍କିମରେ ସହର ପରିମଳ ସହ ଜଡିତ କର୍ମଚାରୀଙ୍କ ଋଣ ଆବେଦନ ବ୍ୟାଙ୍କମାନେ ଅଗ୍ରାହ୍ୟ କରିଦେଇଥିଲେ। ବିରୋଧ ସ୍ୱରୂପ ସଫେଇ କର୍ମଚାରୀମାନେ ସକାଳୁ ସକାଳୁ ବ୍ୟାଙ୍କ ଶାଖାମାନଙ୍କ ସମ୍ମୁଖରେ ସହରର ଆବର୍ଜନା ଗଦେଇ ଦେଇଥିଲେ।

{"id":382664,"sizeSlug":"large","linkDestination":"none"}

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କୋଭିଡ ଲକଡାଉନ ଯୋଗୁ ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀ, ଗରିବ ଲୋକଙ୍କ ଲାଗି ‘ଜଗନ୍ନାଣ ଥୋଡୁ’ ନାମରେ ଏକ କ୍ଷୁଦ୍ର ଋଣ ଯୋଜନା କରିଛନ୍ତି। ଏଥିରେ ନିହାତି ଆବଶ୍ୟକ କରୁଥିବା ଲୋକଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଛି। ଏହା ଛଡା ଆଉ ଏକ ସ୍କିମ ‘ଚ୍ୟୁଥା’ରେ ମଧ୍ୟ ଏପରି କ୍ଷୁଦ୍ର ଋଣ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ନଗରନିଗମ ସଫେଇ କର୍ମଚାରୀମାନେ ବ୍ୟାଙ୍କମାନଙ୍କରେ ଋଣ ନିବେଦନ କରିଥିଲେ। ତେବେ ବ୍ୟାଙ୍କମାନେ ଏହାକୁ ଅଗ୍ରାହ୍ୟ କରିଦେବା ପରେ ଏପରି ଅବସ୍ଥା ଉପୁଜିଛି।

{"id":382665,"sizeSlug":"large","linkDestination":"none"}

ତେବେ ସୂଚନା ପାଇ ମହାନଗର ଆୟୁକ୍ତ ବ୍ୟାଙ୍କମାନଙ୍କ ସମ୍ମୁଖରୁ ଆବର୍ଜନା ହଟାଇବାର ବ୍ୟବସ୍ଥା କରିଥିଲେ। ହେଲେ ଏଥିଲାଗି ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବାହାରେ ଅପେକ୍ଷା କରିବାକୁ ପଡିଥିଲା। ବ୍ୟାଙ୍କ ଖୋଲିଥିଲେ ମଧ୍ୟ ଭିତରେ ଗନ୍ଧ ଭରି ରହିଥିଲା। ତେବେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ଏହା ଏକ ଶିକ୍ଷା ବୋଲି ନଗରନିଗମ ଆୟୁକ୍ତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.