୨୦୨୦ ଶେଷ ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ୍, ସାରି ଦିଅନ୍ତୁ ସମସ୍ତ ଜରୁରୀ କାମ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ : ଡିସେମ୍ବର ମାସର ଶେଷ ସପ୍ତାହରେ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ସେଥିପାଇଁ ଯଦି ବ୍ୟାଙ୍କ୍‌ରେ ଆପଣଙ୍କର କିଛି ଜରୁରୀ କାମ ରହୁଛି ତେବେ ତାହାକୁ ଗୁରୁବାର ସୁଦ୍ଧା ଶେଷ କରିନିଅନ୍ତୁ । ରିଜର୍ଭ ବ୍ୟାଙ୍କ୍ ଗାଇଡଲାଇନ ଅନୁଯାୟୀ ପ୍ରତିମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରୁହେ ।

ତେବେ ଚଳିତ ମାସରେ ୨୬ ଡିସେମ୍ବରରେ ମାସର ଚତୁର୍ଥ ଶନିବାର ପଡୁଛି । ଏହା ପରେ ରବିବାର ରହୁଥିବାରୁ ବ୍ୟାଙ୍କ୍ ବନ୍ଦ ରହିବ । ୨୫ ଡିସେମ୍ବର ବଡଦିନକୁ ପ୍ରତିବର୍ଷ ରାଷ୍ଟ୍ରୀୟ ଛୁଟି ଭାବେ ଘୋଷଣା କରାଯାଇଛି । ସେଥିପାଇଁ ୨୫ ଡିସେମ୍ବରରେ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ ।

ଯଦି ବ୍ୟାଙ୍କ୍‌ରେ କିଛି ଜରୁରୀ କାର୍ଯ୍ୟ ରହିଯାଇଛି କିମ୍ବା କରିବାକୁ ଅଛି ତେବେ ଗୁରୁବାର ସୁଦ୍ଧା ଶେଷ କରିବାକୁ ହେବ । ଆସନ୍ତା ଜାନୁୟାରୀରୁ ବ୍ୟାଙ୍କଗୁଡିକ ସେମାନଙ୍କ ନିୟମରେ କିଛିଟା ପରିମର୍ତ୍ତନ କରିବାକୁ ଯାଉଛନ୍ତି ।

୩୧ ଡିସେମ୍ବର ଆୟ କର ଫେରସ୍ତର ଶେଷ ତାରିଖ ରହୁଛି । ସେଥିପାଇଁ ବ୍ୟାଙ୍କ୍‌ରୁ କିଛି କାଗଜପତ୍ର କାର୍ଯ୍ୟ ଚାହୁଁଥିଲେ ତାହାକୁ ଯଥାଶୀଘ୍ର ଶେଷ କରିବାକୁ ପଡିବ । ଆୟ କର ଫେରସ୍ତ ପାଇଁ ଆପଣଙ୍କୁ ବ୍ୟାଙ୍କ୍‌ ଷ୍ଟେଟମେଣ୍ଟ୍ , ଆୟ ପ୍ରମାଣପତ୍ର, ଫର୍ମ ୨୬ ଏଏସ୍ ଭଳି କାଗଜପତ୍ର ଦରକାର ପଡିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.