Banking Fraud: ଆର୍ଥିକ ବର୍ଷ ୨୨ରେ କମିଛି ବ୍ୟାଙ୍କ ଘୋଟାଲା, ତଥାପି ଲାଗିଛି ୪୧,୦୦୦ କୋଟିର ଚୂନ

Published By : Prameya-News7 Bureau | July 03, 2022 IST

ନୂଆଦିଲ୍ଲୀ: ବ୍ୟାଙ୍କିଂ ସେକ୍ଟରର ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଦେଶରେ ପୂର୍ବ ତୁଳନାରେ ବ୍ୟାଙ୍କ ଘୋଟଲା ମାମଲା ହ୍ରାସ ପାଇଛି । କିନ୍ତୁ ଏବେ ବି ଏହି ରାଶି ହାଜର ହଜାର କୋଟି ଟଙ୍କାରେ ରହିଛି । ଆରବିଆଇ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଏଥିରେ ଆର୍ଥିକ ବର୍ଷ ୨୨ରେ ହୋଇଥିବା ମୋଟ ବ୍ୟାଙ୍କ ଘୋଟାଲା ବାବଦରେ ସୂଚନା ଦିଆଯାଇଛି । ସରକାରୀ ପରିସଂଖ୍ୟାନ ଅନୁସାରେ, ବ୍ୟାଙ୍କିଂ ସେକ୍ଟରରେ ୧୦୦ କୋଟିରୁ ଅଧିକ ଟଙ୍କାର ଘୋଟାଲା ମାମଲାରେ ଅଖିଦୃଶିଆ ହ୍ରାସ ଘଟିଛି।

ଆର୍ଥିକ ବର୍ଷ ୨୦୨୨ରେ ଘୋଟାଲା ସଂଖ୍ୟା ୧୧୮ ରହିଛି । ଏହାର ଗୋଟିଏ ବର୍ଷ ପୂର୍ବେ ୨୦୨୧ରେ ଏହି ୨୬୫ ଥିଲା। ଏଥିରେ ସରକାରୀ ଏବଂ ଘରୋଇ ବ୍ୟାଙ୍କ ଉଭୟରେ ହୋଇଥିବା ଦୁର୍ନୀତି ସାମିଲ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଆରବିଆଇ ଏପରି ଘୋଟାଲାର ତଥ୍ୟ ଏକାଠି କରୁଛି, ଯାହାର ମୋଟ ରାଶି ୧୦୦ କୋଟିରୁ ଅଧିକ ଥିବ । ସରକାରୀ ପରିସଂଖ୍ୟାନ ଅନୁସାରେ, ୧୦୦ କୋଟିରୁ ଅଧିକ ଘୋଟାଲାର ଏବେ ୮୦ଟି ମାମଲା ରହିଛି । ଗତ ବର୍ଷ ଏହି ସଂଖ୍ୟା ୧୬୭ ଥିଲା । ଏହା ସରକାରୀ ବ୍ୟାଙ୍କର ତଥ୍ୟ। ଅନ୍ୟପଟେ ଘରୋଇ ବ୍ୟାଙ୍କ ଘୋଟାଲା ମାମଲା କେବଳ ୩୮ ଥିବା ଜଣାପଡିଛି । ପୂର୍ବ ବର୍ଷ ଏହା ୯୮ ଥିଲା।

ଆରବିଆଇରୁ ମିଳିଥିବା ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୦-୨୧ରେ ବ୍ୟାଙ୍କ ଘୋଟାଲାରେ ମୋଟ ୧.୦୫ ଲକ୍ଷ ଟଙ୍କା ବାଜିରେ ଲାଗିଥିଲା । ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ରାଶ ହ୍ରାସ ହୋଇ ୪୧ ହଜାର କୋଟି ହୋଇଛି । ସରକାରୀ ବ୍ୟାଙ୍କରେ ଏହି ରାଶି ୨୮,୦୦୦ କୋଟି ଟଙ୍କା ଥିବାବେଳେ ଘରୋଇ ବ୍ୟାଙ୍କର ୧୩,୦୦୦ କୋଟି ଟଙ୍କା ରହିଛି । ଏହା ପୂର୍ବରୁ ୨୦୨୦-୨୧ରେ ସରକାରୀ ବ୍ୟାଙ୍କ ସହ ହୋଇଥିବା ଘୋଟାଲା ରାଶି ୬୫,୯୦୦ କୋଟି ଟଙ୍କା ଥିଲା । ସେହିପରି ଘରୋଇ ବ୍ୟାଙ୍କର ୩୯,୦୦୦ କୋଟି ଟଙ୍କା ବାଜିରେ ଲାଗିଥିଲା।

ଆଲୋଚ୍ୟ ଆର୍ଥିକ ବର୍ଷରେ ବ୍ୟାଙ୍କ ଘୋଟାଲାରେ ମାମଲା ହ୍ରାସ ପାଇଛି । ଆରବିଆଇ କଠୋର ହେବା ପରେ ଏହା ହ୍ରାସ ପାଇଥିବା କୁହାଯାଉଛି । ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ Early Warning System(EWS) ଫ୍ରେମରେ ସୁଧାର କରିଥିଲା । ଘୋଟାଲା ଉପରେ କଡା ନଜର ରଖିବା ଏବଂ ଏହା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ଏହାଛଡା ଘୋଟାଲ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏକ ମାର୍କେଟ ଇଣ୍ଟେଲିଜେନ୍ସି ଗଠନ କରିଥିଲେ। ଏହା ବ୍ୟାଙ୍କ ଘୋଟାଲା ଉପରେ ନଜର ରଖିବା ସହ ଡାଟା ଆନାସିଲିସ କରିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.