ଚାରିମାସ ଘଟଣାର ପର୍ଦ୍ଦାଫାସ୍ ; ନନ୍ଦକିଶୋର ବେହେରାଙ୍କ କଙ୍କାଳ , ଖପୁରୀ, ସାର୍ଟ ଓ କିଛି ନଷ୍ଟ ହୋଇଥିବା ଟଙ୍କା ଜବତ !
13/01/2023 at 5:03 PM

ବାଙ୍କୀ 13/01: ଚାରିମାସ ତଳର ଘଟଣା, ଏବେ ହୋଇଛି ତାର ପର୍ଦ୍ଦାଫାସ୍। ବାଙ୍କୀ ଥାନା ଅନ୍ତର୍ଗତ ସାନମୁଣ୍ଡଳି ଗ୍ରାମରେ ଚାରି ମାସ ତଳେ ଅର୍ଥାତ୍ ଅଗଷ୍ଟ 29ତାରିଖରୁ ନିଖୋଜ ଥିବା ନନ୍ଦ କିଶୋର ବେହେରାଙ୍କ କଙ୍କାଳର କିଛି ହାଡ, ଖପୁରୀ, ସାର୍ଟ ଓ କିଛି ନଷ୍ଟ ହୋଇଥିବା ଟଙ୍କାକୁ ଜବତ କଲା ବାଙ୍କୀ ପୋଲିସ।
ସୂଚନାନୁସାରେ ଗତ ଚାରି ମାସ ତଳେ ନନ୍ଦ କିଶୋର ବେହେରା ଚନ୍ଦକା ଡମପଡା ଅଭୟାରଣ୍ୟ ଦେଇ ଫେରି କରି ଫେରୁଥିବା ବେଳେ କୁଆଡେ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳୁ ତାଙ୍କର ବାଇକ୍, ଫେରି ସାମଗ୍ରୀ ଓ ଚପଲକୁ ଜବତ କରାଯାଇଥିଲା। ହେଲେ ଖୋଜଖବର ପରେ ମିଳି ନଥିଲା ତାଙ୍କର କୌଣସି ସନ୍ଧାନ। ହେଲେ ଶୁକ୍ରବାର ଭାଗିପୁର ଫରେଷ୍ଟ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି କରିଥିବା ବେଳେ ଗଳବାଙ୍କ ଗ୍ରାମ ନିକଟ ରାଜଗଡ ଗୋଡଭଙ୍ଗା ବେଙ୍ଗ ପାଣି ଜଙ୍ଗଲ ମଧ୍ୟରେ ଖପୁରି ହାଡ଼ ଦେଖିଥିଲେ। ଆଉ ପରେ ସେମାନେ ବାଙ୍କୀ ଥାନାକୁ ଖବର ଦେଇଥିଲେ ।
ପରେ ପୋଲିସ ଟିମ୍ ଓ ଫରେନ୍ସିକ୍ ଟିମ୍ ପହଞ୍ଚି ଏସବୁକୁ ଜବତ କରିଥିଲେ। ନନ୍ଦକିଶୋରଙ୍କ ଘରକୁ ଖବର ଦେଇଥିଲେ ଆଉ ତାଙ୍କର ପୁତୁରା ଆସି ଅନୁମାନ କରୁଛନ୍ତି ଏସବୁ ନନ୍ଦ କିଶୋରଙ୍କର ବୋଲି। ପରିବାର ଏବେ ନ୍ୟାୟ ଅପେକ୍ଷାରେ। ସେପଟେ ପୋଲିସ ଜବତ ହୋଇଥିବ ଖପୁରି ହାଡ ଆଦିକୁ ଏବେ ପୋଷ୍ଟମର୍ଟମ୍ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ଅସଲ କଥା ଜଣାପଡିବ ବୋଲି କହିଛନ୍ତି ବାଙ୍କୀ ଥାନା ଅଧିକାରୀ ।