ସିଂହନାଥ ପୀଠରେ ଦଳାଚକଟା ଘଟଣା, ପୁରା ଅଞ୍ଚଳ ଏବେ ଖାଁ ଖାଁ
15/01/2023 at 1:40 PM

ବାଙ୍କି ୧୫।୦୧: ସିଂହନାଥ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ପରେ ଏବେ ପୁରା ଖାଁ ଖାଁ । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛି । ଭକ୍ତଙ୍କୁ ଯିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଘଟଣାସ୍ଥଳରେ ଯାଇ ସ୍ଥିତି ପରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରଶାସନର ଖାମ୍ଖିଆଲି ଯୋଗୁଁ ଏଭଳି ଅଘଟଣ ଘଟିଛି । ଭିଡ଼କୁ ଦେଖି ପୋଲିସ ପ୍ରଶାସନ କଣ୍ଟ୍ରୋଲ କରି ମନ୍ଦିରକୁ ଭକ୍ତକଙ୍କୁ ଦର୍ଶନ ପାଇଁ ଛାଡିଥାନ୍ତା । ତେବେ ଏଭଳି ଦଳାଚକଟା ହୋଇନଥାଆନ୍ତା କି ଅକାରଣେ ଭକ୍ତଙ୍କ ଜୀବନ ଯାଇନଥନ୍ତା।

ସେହିପରି ବାଙ୍କୀ ବରପୁଟ ପଞ୍ଚାୟତ ପଠୁରିପଡ଼ା ଗାଁର ଅଞ୍ଜନା ସ୍ବାଇଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ । ଗାଁ ଲୋକଙ୍କ ଅଭିଯୋଗ ପ୍ରଶାସନର ଅପାରଗତା ଯୋଗୁଁ ଜୀବନ ଯାଇଛି । ମୃତକଙ୍କ ପରିବାରକୁ ସରକାର ଯେଉଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ତାହା କିଭଳି ଯଥା ଶୀଘ୍ର ମିଳିବ । ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଉଚିତ୍ ।