Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ, ଗଛରେ ଝୁଲୁଛି ଗାମୁଛା

15/09/2022 at 1:48 PM

ବାଙ୍କି ୧୫।୦୯ : କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ । ବାଙ୍କି ଥାନା କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଏହି ନରକଙ୍କାଳ ଠାବ ହୋଇଛି । ଏବେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇନଥିବାବେଳେ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନରକଙ୍କାଳ ପଡିଥିବା ଦେଖିଥିଲେ ମହିଳା । ଏହାପରେ ତୁରନ୍ତ ଆସି ସ୍ଥାନୀୟଲୋକଙ୍କୁ କହିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଏବେ ଯାଏଁ ନରକଙ୍କାଳ ନେଇ କିଛି ସବିଶେଷ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । କିନ୍ତୁ ଶବଟି ବହୁ ଦିନର ବୋଲି ଅନୁମାନ କରାଯାଉଛି । ମୃତଦେହ ନିକଟରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାବେଳେ ତାର ଶରୀରର ହାଡ, ମୁଣ୍ଡଖପୁରୀ, ଜିନ ପ୍ୟାଣ୍ଟ୍ ତଳେ ପଡ଼ିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି  ତାଲବସ୍ତ ଫାଣ୍ଡି ଅଧିକାରୀ ଅମରେଶ ଦାସ ସୂଚନା ଦେଇଛନ୍ତି ।

   Related Posts