ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
1/04/2023 at 3:33 PM

ବାଙ୍କୀ ୧।୪: ପଶ୍ଚିମା ଝଡ ପ୍ରଭାବରେ ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ନବନିର୍ମିତ ଦର୍ଶକ ଗ୍ୟାଲେରୀ । ତଦାରଖ ଅବହେଳା, ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରିକ। ସହ ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଶୁଡ଼ି ପଡ଼ିଥିବା କଲେଜ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ।

କାମ ହେବାର ଏକମାସ ନପୁରୁଣୁ ଏହି ଗ୍ୟାଲେରୀ ଭୁଶୁଡି ପଡିବା ନେଇ ସ୍ଥାନୀୟ ଅଞ୍ଚଳଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖେଳ ଦେଖିବା ସମୟରେ ଭୁଶୁଡିଥିଲେ ଦର୍ଶକଙ୍କ ଅବସ୍ଥା କ’ଣ ହେଇଥାନ୍ତା ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଉପୁଜିଛି । ଆଗକୁ ଏହି ଗ୍ୟାଲେରୀ ସମ୍ପୂର୍ଣ୍ଣ ନ ଭୁଶୁଡ଼ିବ ବୋଲି କିଏ କହିବ । ତୁରନ୍ତ ଏହାର ତଦନ୍ତ କରାଯାଇ ଏଭଳି ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।