ମୁମ୍ବାଇ: ଗତକାଲି ଗଦର-୨ ଷ୍ଟାର୍ ସନ୍ନି ଦେଓଲଙ୍କର ଜୁହୁ ସ୍ଥିତ ବଙ୍ଗଳା ନିଲାମ କରିବାକୁ ବ୍ୟାଙ୍କ ଅଫ୍ ବରୋଦା ନୋଟିସ୍ ପଠାଇଥିଲା। ହେଲେ ୨୪ ଘଣ୍ଟା ପୂରିନି ନୋଟିସ୍ ଫେରାଇ ନେଲା ବ୍ୟାଙ୍କ।
ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ସନ୍ନି ୫୬ କୋଟି ଋଣ ନେଇ ପିରଷୋଧ କରି ନାହାନ୍ତି। ଏଥିପାଇଁ ତାଙ୍କର ଜୁହୁ ସ୍ଥିତ ବଙ୍ଗଳା ଅନ୍ଲାଇନ ନିଲାମ କରି ଋଣ ଟଙ୍କା ଆଦାୟ କରାଯିବ। ହେଲେ ପରେ ଯାନ୍ତ୍ରୀକ ତ୍ରୁଟି ବୋଲି ଦର୍ଶାଇ ବ୍ୟାଙ୍କ ଏହି ନୋଟିସ୍ ଫେରାଇ ନେିଥିଲା। ଯାହାକୁ ନେଇ କଂଗ୍ରେସ ଟାର୍ଗେଟ୍ କରିଛି। ଏହା ଭିତରେ କ’ଣ କାରସାଦି ରହିଛି ବୋଲି କଂଗ୍ରେସ କହିଛି।
ତେବେ ରାଜନୈତିକ ବୟାନବାଜୀ ଭିତରେ ଆଉ ଗୋଟେ ସାମ୍ନାକୁ ଆସିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି। ଶୁଣିବାକୁ ମିଳୁଛି ଯେ ସନ୍ନିଙ୍କୁ ଏହି ବିପଦରୁ ଉଦ୍ଧାର କରିଛନ୍ତି ଓଏମ୍ଜି-୨ ଷ୍ଟାର୍ ଅକ୍ଷୟ କୁମାର। ଖିଲାଡ଼ି କୁମାର ସନ୍ନିଙ୍କୁ ଟଙ୍କା ଦେଇ ବ୍ୟାଙ୍କ ଋଣ ସୁଝିବାରେ ସହଯୋଗ କରିଛନ୍ତି ବୋଲି ଜାତୀୟ ଗଣାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।
wp:embed {"url":"https://twitter.com/Jairam_Ramesh/status/1693461565679546712?s=20","type":"rich","providerNameSlug":"twitter","responsive":true} /wp:embedବ୍ୟାଙ୍କ ନୋଟିସ୍ ଫେରାଇ ନେବା ପରେ କିଛି ଗଣମାଧ୍ୟମରେ ଅକ୍ଷୟଙ୍କ ଭୂମିକା ନେଇ ଖବର ପ୍ରକାଶ ପାଇଥିଲା। ଅକ୍ଷୟ ସନ୍ନିଙ୍କୁ ବଡ଼ ପରିମାଣରେ ଟଙ୍କା ଋଣ ଆକାରରେ ଦେଇଛନ୍ତି ବୋଲି କୁହାଯାଉଛି। ବ୍ୟାଙ୍କ ନୋଟିସ୍ ଆସିବା ପରେ ଅକ୍ଷୟ କୁମାର ତୁରନ୍ତ ସନ୍ନିଙ୍କୁ ସହଯୋଗରେ ହାତ ବଢ଼ାଇଥିଲେ।
ଏହାପରେ ଦୁଇ ଅଭିନେତାଙ୍କ ମଧ୍ୟରେ ଏନେଇ ବୈଠକ ହୋଇ ଆଲୋଚନା ବି ହୋଇଥିଲା। ଅକ୍ଷୟଙ୍କ ଠାରୁ ଟଙ୍କା ଆଣି ସମୟ ଅନୁସାରେ ଫେରାଇବାକୁ ସନ୍ନି କହିଥିବା ରିପୋର୍ଟରେ କୁହାଯାଇଛି। ଅକ୍ଷୟ ଟଙ୍କା ଦେବା ପରେ ସନ୍ନି ବ୍ୟାଙ୍କ ଋଣ ସୁଝିବାକୁ କହିଥିଲେ। ଫଳରେ ବ୍ୟାଙ୍କ ନୋଟିସ୍ ଫେରାଇ ନେଇଥିଲା ବୋଲି ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।
ଫଢ଼ନ୍ତୁ-ସନ୍ନିଙ୍କ ଉପରେ ଖପ୍ପା ଗୁରୁଦାସପୁର ବାସିନ୍ଦା, ତେଜିଲା ଗଦର-୨ ବୟକଟ୍ ଦାବି
ତେବେ ଅକ୍ଷୟ କୁମାର ସନ୍ନିଙ୍କୁ ପ୍ରକୃତରେ କେତେ ଟଙ୍କା ଧାର ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ଜଣାଇପଡ଼ି ନାହିଁ। ତେବେ ୪୦-୫୦ କୋଟି ଟଙ୍କା ଧାର ଦେଇ କୁହାଯାଉଛି। ହେଲେ ଏ ନେଇ ଦୁଇ ଷ୍ଟାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।
ସୂଚନା ଥାଉକି ବର୍ତ୍ତମାନ ବକ୍ସ ଅଫିସରେ ସନ୍ନିଙ୍କ ଗଦର-୨ ଓ ଅକ୍ଷୟଙ୍କ ଓଏମ୍ଜି-୨ ଟକ୍କର ଜାରି ରହିଛି। ଯଜିଓ ଗଦର-୨ର ସୁପରଡୁପର ହିଟ୍ ହୋଇ ଚାଲୁଚି। ହେଲେ ଓଏମ୍ଜିର ଆୟ ସେତେଟା ହୋଇପାରୁ ନାହିଁ।