SBIଙ୍କ ଏପରି ATM ଓ ଡେବିଟ୍‌ କାର୍ଡ ହେବ ଅଚଳ, ଜାଣନ୍ତୁ କରିବେ କ'ଣ

Published By : Prameya-News7 Bureau | December 22, 2019 IST

ନୂଆଦିଲ୍ଲୀ ୨୨।୧୨:  ଡିସେମ୍ବର ୩୧ ପରେ ଦେଶରେ କେତେକ ବ୍ୟଙ୍କ ତାଙ୍କ ATM  ଓ DEBIT କାର୍ଡ ବନ୍ଦ କରିଦେବେ। ଏଣୁ ଗ୍ରାହକ ଅନେକ ଅସୁବିଧାର ସମ୍ମୁଖୀନ ହେବା ନେଇ ଏବେଠୁ ଆଶଙ୍କା କରାଗଲାଣି।  ଏ ନେଇ ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ତାଙ୍କ ଆକାଉଣ୍ଟଧାରୀଙ୍କୁ ସମୟ ପୂର୍ବରୁ ସୂଚନା ଜାରି କରିସାରିଲେଣି। ଏଥିରେ ନିଜ ନିଜର କାର୍ଡ ବଦଳାଇବା ଲାଗି ନିକଟସ୍ଥ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିବାକୁ SBI  ପରାମର୍ଶ ଦେଇଛି । ତେବେ ଜାନୁଆରୀ ୨୦୨୦ରେ କେଉଁ ସବୁ କାର୍ଏଡରେ ନେଣଦେଣ ବନ୍ଦ ହେବ ଆସନ୍ତୁ ଜାଣିବା।

{"id":201138,"sizeSlug":"large"}

SBIଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଚାଲୁଥିବା ମ୍ୟାଗନେଟିକ ଷ୍ଟ୍ରିପ ଥିବା ଡେବିଟ କାର୍ଡର ବ୍ୟବହାର ବନ୍ଦ କରାଯିବ । ୨୦୨୦ ଜାନୁଆରୀ ପହିଲାରୁ କେବଳ ଇଏମ୍‌ଭି ଚିପ୍‌ ଓ ପିନ୍ ବ୍ୟବହୃତ କାର୍ଡ ବ୍ୟବହାର ହୋଇପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଳି କାର୍ଡର ବ୍ୟବହାର ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଏଣୁ ଏପର୍ଯ୍ୟନ୍ତ ମ୍ୟାଗନେଟିକ୍ ଷ୍ଟ୍ରାଇପରେ ବ୍ୟବହୃତ ଡେବିଟ୍ କାର୍ଡ ସବୁର ବ୍ୟବହାର ବନ୍ଦ କରାଯିବ ।

{"id":201139,"sizeSlug":"large"}

ଏଥିପାଇଁ ନିଆଯାଇଛି ଏହି ପଦକ୍ଷେପ
ଗ୍ରାହକଙ୍କୁ ଠକେଇରୁ ରକ୍ଷା କରିବା ଲାଗିRBI ଏପରି ନିର୍ଦ୍ଦେଶ ଜାରି କରିଛନ୍ତି।  ନୂଆ ଗ୍ରାହକମାନଙ୍କୁ ଇଏମ୍‌ଭି ଚିପ୍‌ ବ୍ୟବହୃତ କାର୍ଡ ଡେବିଟ୍ କାର୍ଡ ଦିଆଯାଉଛି । ଯେଉଁ ଗ୍ରାହଣଙ୍କ ପାଖରେ ମ୍ୟାଗନାଟିକ ବ୍ୟବହୃତ ଷ୍ଟ୍ରାଇପ ଡେବିଟ କାର୍ଡ ଅଛି, ସେମାନେ ୩୧ଡିସେମ୍ବର ପରେ ଟଙ୍କା ଉଠାଇପାରିବେ ନାହିଁ ।

{"id":201140,"sizeSlug":"large"}

ଏପରି ଭାବେ ବଦଳାଯାଇପାରିବ କାର୍ଡ
SBI ନିଜ ଗ୍ରାହକଙ୍କପୁରୁଣା କାର୍ଡ ବଦଳାଇବା ପାଇଁ କୌଣସି ଦେୟ ନିଅନ୍ନିତି ନାହିଁ। ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍ଗିକ୍, ୟୋନୋ ଆପ ବା ନିଜର ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ କାର୍ଡ ବଦଳାଇପାରିବେ । ଯଦି ଗ୍ରାହକଙ୍କୁ କୌଣସି ପ୍ରକାରର ଚାର୍ଜ ଲାଗେ, ତେବେ ତାହା ଫେରସ୍ତ କରାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ ।

{"id":201141,"sizeSlug":"large"}

ନିଜ ଠିକଣା ଅପଡେଟ ରଖନ୍ତୁ
ଇଏମ୍‌ଭି କାର୍ଡ ଆବେଦନ କରିବା ପୂର୍ବରୁ ଗ୍ରାହକମାନଙ୍କର ନିଜ ଠିକଣା ଅପଡେଟ ରଖିବା ଦରକାର। କାରଣ ନୂତନ କାର୍ଡ ଗ୍ରାହକଙ୍କ ଠିକଣାରେ ହିଁ ଯିବ । ଯଦି ଠିକଣା ମିଛ ସାବ୍ୟସ୍ତ ହୋଇଥାଏ। ତେବେ ଗ୍ରାହକଙ୍କୁ ଏହି କାର୍ଡ ମିଳିବ ନାହିଁ , କାର୍ଡ ବ୍ୟାଙ୍କକୁ ଫେରିଯିବ ।

{"id":201142,"width":582,"height":326,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.