କୋରାପୁଟ ୩୧/୧୦: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୦କୋଟି ଟଙ୍କା ଋଣ ଖିଲାପ କରିବାରୁ ସୋମବାର ବ୍ୟାଙ୍କ କର୍ତ୍ତୃପକ୍ଷ କୋରାପୁଟର ଦୁଇଟି ସମ୍ପତ୍ତିକୁ ଜବତ୍ କରିଛି। କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଓ ତାଙ୍କ ପୁଅ ଅନନ୍ତ ବାସୁଦେବ ପିଏନବିରୁ ୧୦କୋଟି ଟଙ୍କାର ଋଣ ଖିଲାପ କରିଥିବା କରିଛନ୍ତି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ବାରମ୍ବାର ଏନେଇ ତାଙ୍କୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ଉତ୍ତର ନଦେବାରୁ ଜିଲ୍ଲା ପ୍ରଶାସନ ଅନୁମତିରେ ଆଜି କୋରାପୁଟ ତହସିଲଦାରଙ୍କ ଉପସ୍ଥିତିରେ କୋରାପୁଟ ବ୍ଳକ୍ ଡୋଲିଆମ୍ବ ପାଖରେ ଥିବା ଫାର୍ମ ହାଉସ ଜବତ୍ ହୋଇଛି।
ଫାର୍ମ ହାଉସରେ ଥିବା କୋରାପୁଟ ଡାଏରୀ ନାମକ ଦୁଗ୍ଧ ପ୍ୟାକେଜିଂ ୟୁନିଟ ସିଲ୍ କରିବା ସହ ତାଙ୍କ ବାସଭବନକୁ ବେଙ୍କ କର୍ତ୍ତୃପକ୍ଷ ସିଲ୍ କରିଛି। ଏହା ସହ କୋରାପୁଟରୁ ସୁନାବେଡ଼ା ରାସ୍ତାରେ ଥିବା ପୂର୍ବତନ ଜିଲ୍ଲାପାଳଙ୍କ ଏକ ସମ୍ପତ୍ତିକୁ ଜବତ୍ ହୋଇଛି। ଜବତ୍ ସମ୍ପତ୍ତି ଲୋନ ଟଙ୍କା ସହ ସମାନ ହେଉନଥିବାରୁ ଆଗାମୀ ଦିନରେ କୋର୍ଟରେ ଏକ ଅଭିଯୋଗ ଦାୟର କରାଯିବ ବୋଲି ବ୍ୟାଙ୍କ ଓକିଲ ସୂଚନା ଦେଇଛନ୍ତି। ଏହି ଜବତ୍ ପକ୍ରିୟା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋରାପୁଟ ସଦର ପୋଲିସ ଟିମ୍ ଉପସ୍ଥିତ ଥିଲା।