ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ : ଜାତୀୟ ବ୍ୟାଙ୍କ ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ କର୍ମଚାରୀ ସଂଗଠନର ଧର୍ମଘଟ

Published By : Prameya-News7 Bureau | October 22, 2019 IST

ଭୁବନେଶ୍ବର ୨୨।୧୦: ଆଜି ଦେଶବ୍ୟାପୀ  ଦିନିକିଆ  ବ୍ୟାଙ୍କ ଧର୍ମଘଟ । ଜାତୀୟ ବ୍ୟାଙ୍କ ଗୁଡିକର ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ କିଛି ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ସଂଗଠନଙ୍କ  ପକ୍ଷରୁ  ଏହି  ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି ।  ତେବେ ମୁଖ୍ୟ  ଶ୍ରମ କମିଶନରଙ୍କ ସହ  ଆଲୋଚନା ଫଳପ୍ରଦ ନହେବାରୁ ବ୍ୟାଙ୍କ କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିବା  ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ ସାଧାରଣ ସମ୍ପାଦକ  ସି . ଏଚ୍ . ଭେଙ୍କଟଚଲମ୍ ସୂଚନା ଦେଇଛନ୍ତି । 

ଆଜିର ଧର୍ମଘଟରେ  ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ AIBEA, ବ୍ୟାଙ୍କ ଏମ୍ପ୍ଲୋଇଜ ଫେଡେରେସନ ଅଫ ଇଣ୍ଡିଆ  BEFI ସଂଘ  ବନ୍ଦରେ ସାମିଲ ହୋଇଛନ୍ତି  ।  ତେବେ ଧର୍ମଘଟରେ ବ୍ୟାଙ୍କର ଅଧିକାରୀ ଓ  ଘରୋଇ ବ୍ୟାଙ୍କ ସାମିଲ ହୋଇନାହାନ୍ତି । ଆଜିର  ଧର୍ମଘଟ ଯୋଗୁ ବ୍ୟାଙ୍କ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି । ପୂର୍ବରୁ ଷ୍ଟେଟ୍  ବ୍ୟଙ୍କ ଅଫ ଇଣ୍ଡିଆ  ସମେତ ସମସ୍ତ  ରାଷ୍ଟ୍ରାୟତ  ବ୍ୟାଙ୍କ ଧର୍ମଘଟ ଓ ଏନେଇ  ଗାହକମାନଙ୍କ  ଅସୁବିଧା ନେଇ ସୂଚନା  ଦେଇଛନ୍ତି । 

ଧର୍ମଘଟରେ ଡାକରା ଦେଇଥିବା ସଂଗଠନରେ ଏସବିଆଇର ଅଳ୍ପ ସଂଖ୍ୟକ କର୍ମଚାରୀ ସାମିଲ ହେବେ ।  ତେଣୁ  ବ୍ୟାଙ୍କ କାରବାର ବେଶୀ ପ୍ରଭାବିତ ହେବନି ବୋଲି କହିଛି ଏସବିଆଇ । ଗତସପ୍ତାହରେ ଧର୍ମଘଟ ନେଇ ଏସବିଆଇ ସେୟାର ବଜାରକୁ ସୂଚିତ କରିଛି । ତେଣୁ  ସେୟାର ବଜାର କାରବାର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.