ଅଦାଲତରେ ଯାମିନ୍ ନାମଞ୍ଜୁର୍; ବିଚାର ବିଭାଗୀୟ ଜେଲ୍କୁ ଗଲା ବ୍ୟାଙ୍କ୍ ଲୁଟେରା
31/01/2023 at 10:58 PM

ନୀଳଗିରି ୩୧/୦୧: ଧରାପଡ଼ିଲା ନୀଳଗିରି ବରମପୁର ଷ୍ଟେଟ୍ ବ୍ୟାଙ୍କ୍ ଲୁଟେରା। ଗିରଫ ହୋଇ ରିମାଣ୍ଡରେ ଆସିବା ପରେ ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯାଇଛି। ଏପରି ଘଟଣା ନୀଳଗିରିରେ ହୋଇଛି। ଅଭିଯୁକ୍ତର ପରିଚୟ ଆଶିଷ କୁମାର ମଲ୍ଲିକ। ସେ ଖଇରା ଥାନା ଅନ୍ତର୍ଗତ ବାଲିତିରଣ ଅଞ୍ଚଳର ବାସିନ୍ଦା। ଆଶିଷ ଏହି ବ୍ୟାଙ୍କ୍ ଲୁଟ୍ ଅପରାଧର ମୁଖ୍ୟ ଅଭିଯୁକ୍ତ।
ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ଅଭିଯୁକ୍ତଙ୍କୁ ସୋର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତକାଲି ବା ସୋମବାର ରାତିରେ ଆଶିଷକୁ ପୋଲିସ ରିମାଣ୍ଡରେ ଆଣିଥିଲା। ପଚରାଉଚୁରା ଏ ତଦନ୍ତ ପରେ ବରମପୁର ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଅଦାଲତ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଆଶିଷକୁ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି।
ସୂଚନାଥାଉକି, ଶେରଗଡ଼-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଜାମୁନା ପାଖରେ ଥିବା ଗତ ଜାନୁଆରୀ ୫ରେ କିଓସ୍କୋ ଷ୍ଟେଟବ୍ୟାଙ୍କରେ ୫ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଲୁଟ କରି ଫେରାର ଥିଲେ। ଏନେଇ ଚନ୍ଦନ କୁମାର ସାହୁ ବ୍ରହ୍ମପୁର ଥାନାରେ ଅଭିଯୋଗ କରିଥିଲେ। ପରେ ବରମପୁର ପୋଲିସ ଖାଲି ତଦନ୍ତରେ ଶିଥିଳତା ଦେଖାଯାଇଥିଲା। ଅନ୍ୟପଟେ ସୋର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩ ଜଣ ଅଭିଯୁକ୍ତ ବ୍ୟାଙ୍କ୍ ଲୁଟରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା।