ଆସନ୍ତା ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ, କାମ ଅଛି ତ ଚଟାପଟ୍ ସାରି ଦିଅନ୍ତୁ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩: ଆପଣଙ୍କର ଏହି ମାସରେ ବ୍ୟାଙ୍କ ସମ୍ବନ୍ଧିତ ଜରୁରୀ କାମ ରହିଛି କି ? ତେବେ ଚଳିତ ସପ୍ତାହରେ ସାରି ଦିଅନ୍ତୁ ବକେୟା ଥିବା ବ୍ୟାଙ୍କ କାମ। କାରଣ ଆସନ୍ତା ସପ୍ତାହରେ ମାତ୍ର ତିନି ଦିନ ବ୍ୟାଙ୍କ ଖୋଲା ରହିବ। ଏହା ସହ ବ୍ୟାଙ୍କ କ୍ରମାଗତ ଚାରି ଦିନ ବନ୍ଦ ହେବାକୁ ଯାଉଛି। ବ୍ୟାଙ୍କର କର୍ମଚାରୀ ୧୦ ସାର୍ବଜନୀନ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ହଡତାଳ କରିବାକୁ ଘୋଷଣା କରିଛନ୍ତି। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନ(AIBEA) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(AIBOA) ମାର୍ଚ୍ଚ ୨୭ରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ ବ୍ୟାଙ୍କ ଏମ୍ପ୍ଲୋଇ ଫେଡେରେସନ ଅଫ ଇଣ୍ଡିଆ ମଧ୍ୟ ବନ୍ଦ ଡାକରା ଦେଇଛି।

{"id":240459,"sizeSlug":"large"}

ଆସନ୍ତା ସପ୍ତାହରେ ସୋମବାର ଓ ମଙ୍ଗଳବାର ଖୋଲା ରହିବ। କିନ୍ତୁ ବୁଧବାର ଅନେକ ସହରରେ ଗୁଢି ପଡଓ୍ଵା ଓ ତେଲୁଗୁ ନୂତନ ବର୍ଷ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ଦେଶର ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ ଓ ନାଗପୁର ଭଳି ସହରରେ ବସନ୍ତ ପର୍ବ କାରଣରୁ ମାର୍ଚ୍ଚ ୨୫ରରେ ବ୍ୟାଙ୍କ ରହିବ। ଗୁରୁବାର ଦିନ କାର୍ଯ୍ୟ ଦିବସ ଥିଲେ ମଧ୍ୟ କର୍ମଚାରୀଙ୍କ ଧର୍ମଘଟ କାରଣରୁ ଶୁକ୍ରବାର ବ୍ୟାଙ୍କ ବନ୍ଦ ରହିପାରେ। ସେହି ପରି ଶନିବାର ମାସର ଦ୍ଵିତୀୟ ଶନିବାର ପଡୁଥିବାରୁ ସେ ଦିନ ବ୍ୟାଙ୍କ ଛୁଟି ରହିବ। ତା ପରେ ରବିବାର ଛୁଟି ପଡୁଛି। ଏହି ପରି ଆସନ୍ତା ସପ୍ତାହରେ ବ୍ୟାଙ୍କ୍ ରବିବାରକୁ ମିଶାଇ ଚାରି ଦିନ ବନ୍ଦ ରହିବ। ଫଳରେ ଲୋକଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ କରିବାରେ ଅସୁବିଧା ହୋଇପାରେ।

{"id":240460,"sizeSlug":"large"}

ବେତନ ସମ୍ବନ୍ଧିତ ପ୍ରସଙ୍ଗକୁ ନେଇ ଭାରତୀୟ ବ୍ୟାଙ୍କ ସଙ୍ଘ(IBA) ସହ ଅସହମତି ପରେ ବ୍ୟାଙ୍କ ସଂଗଠନ ମାର୍ଚ୍ଚ ୧୧ରୁ ତିନି ଦିନ ହଡତାଳରେ ବସିବାକୁ ଧମକ ଦେଇଥିଲେ। ମାତ୍ର ପରେ ଏହାକୁ ରଦ୍ଦ କରାଯାଇଥିଲା। ଏହା ପୂର୍ବରୁ ମାସିକ ବେତନରେ ୨୦ ପ୍ରତିଶତ ଦାବି ନେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଜାନୁଆରୀ ୩୧ ଓ ଫେବୃଆରୀ ୧ ଏହି ଦୁଇ ଦିନ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏବେ ପୁଣି ଥରେ କର୍ମଚାରୀଙ୍କ ଧର୍ମଘଟ କାରଣରୁ ବ୍ୟାଙ୍କ କାମ ବାଧାପ୍ରାପ୍ତ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.