ବ୍ୟାଙ୍କ ଅଫ ବରୋଦାରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆ ଲାଗିଥିବା ଅନୁମାନ

Published By : Prameya-News7 Bureau | September 27, 2022 IST

ବାରିପଦା ୨୭/୦୯: ବାରିପଦା ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । କୌଣସି କାରଣ ବଶତଃ ଆଜି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଅଧିକ ରହିଛି । ରାତିରେ ଶାଖା ବନ୍ଦ ଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିର ଶିଖା ବାହାରକୁ ବ୍ୟାପି ଆସିଥିଲା ।

ଉକ୍ତ ବିଲ୍ଡିଂରେ ଥିବା ଏଟିଏମ ଓ କିଛି ଦୋକାନରେ ଅଗ୍ନି ବ୍ୟାପିଥିଲା । ରାତିରେ ପ୍ରାୟ ୧୦.୩୦ ପରେ ସ୍ଥାନୀୟ ଲୋକମାନେ ଦେଖିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବ୍ୟାଙ୍କ ମଧ୍ୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ବ୍ୟାଙ୍କର ଏଟିଏମଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ବ୍ୟାଙ୍କ ଭିତରକୁ ନିଆଁ ଯାଇ ପାରିନାହିଁ ।

ସୌଭାଗ୍ୟ କ୍ରମେ ବ୍ୟାଙ୍କର ନଥିପତ୍ର, କମ୍ପୁଟର, ଆସବାପତ୍ର ଆଦି ରକ୍ଷା ପାଇଯାଇଛି । ବ୍ୟାଙ୍କର ଏଟିଏମ ସହିତ ପାଖରେ ଥିବା ଅନ୍ୟ ଦୁଇଟି ଦୋକାନରେ ମଧ୍ୟ ନିଆଁ ଲାଗି କ୍ଷୟକ୍ଷତି ହୋଇଛି । ଅନ୍ୟପଟେ ଉକ୍ତ ଶାଖା ସମ୍ମୁଖରେ ଏକ ପେଟ୍ରୋଲ ପମ୍ପ ଥିବାରୁ ତୁରନ୍ତ ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.