Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ୟୁପିଆଇ ଆପ୍‌ ଦ୍ୱାରା ଏଟିଏମ୍‌ ମେସିନ୍‌ରୁ ଉଠାଇ ହେବ ଟଙ୍କା; ଦରକାର ପଡ଼ିବନି ଏଟିଏମ୍‌ କାର୍ଡ

6/06/2023 at 6:59 PM

ନୂଆଦିଲ୍ଲୀ: ବିନା ଏଟିଏମ୍‌ କାର୍ଡରେ ଆପଣ ଏଟିଏମ୍‌ ମେସିନ୍‌ରୁ ଟଙ୍କା ଉଠାଇ ପାରିବେ। ୟୁନାଇଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ବା ୟୁପିଆଇ ବ୍ୟବହାର କରି ଏପରି କରି ହେବ। ସୋମବାର ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ଇଣ୍ଟରଅପରେବଲ କାର୍ଡଲେସ୍ କ୍ୟାସ୍ ୱିଡ୍ର((ICCW) ନାଁରେ ଏକ ନୂଆ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏହାଦ୍ୱାରା ଗ୍ରାହକ ୟୁପିଆଇ ଦ୍ୱାରା ଏଟିଏମ୍ ମେସିନ୍‌ରୁ ଟଙ୍କା ଉଟାଇପାରିବେ।   

ଦିନକରେ ଉଠାଇ ପାରିବେ ସର୍ବାଧିକ ୧୦ ହଜାର ଟଙ୍କା

ପ୍ରଥମ ପବ୍ଲିକ ସେକ୍ଟର ବ୍ୟାଙ୍କ ଭାବେ ବ୍ୟାଙ୍କ ଅଫ୍ ବରୋଦା ଏହି ସେବା ଆରମ୍ଭ କରିଛି। ଏହି ସର୍ଭିସ୍ ବ୍ୟବହାର କରି ଗ୍ରାହକ ଦିନକରେ କେବଳ ୨ ହଜାର ଟଙ୍କା ଟ୍ରାନ୍ସଫର କରିପାରିବେ। ମାତ୍ର ଥରେ ଟ୍ରାଞ୍ଜାକ୍ସନ୍‌ର ଲିମିଟ୍ ୫ ହଜାର ଟଙ୍କା ରଖାଯାଇଛି। ଗ୍ରାହକ ଏହି ସେବା ମାଧ୍ୟମରେ ଦୁଇଥର ଟ୍ରାଞ୍ଜାକ୍ସନ କରି ସର୍ବାଧିକ ୧୦ ହଜାର ଟଙ୍କା ଉଠାଇପାରିବେ।

Bank of Baroda to benefit from govt thrust on infrastructure spending:  Chairman Hasmukh Adhia | The Financial Express

ପଢ଼ନ୍ତୁ –ଆରମ୍ଭ ହେଲା RBIଙ୍କ ଏମପିସି ବୈଠକ, ଜୁନ ୮ରେ ମିଳିପାରେ EMIକୁ ନେଇ ଖୁସି ଖବର

ଅନ୍ୟ ବ୍ୟାଙ୍କର ଗ୍ରାହକ ବି ଉଠାଇପାରିବେ ଟଙ୍କା

ବିଓବିର ଏହି ସେବାର ଫାଇଦ ଅନ୍ୟ ବ୍ୟାଙ୍କର ଗ୍ରାହକ ବି ଉଠାଇପାରିବେ। ଯେଉଁ ଗ୍ରାହକ ମୋବାଇଲ୍ ଫୋନ୍‌ରେ ଭିମ୍ ୟୁପିଆଇ, ବବ ୱାର୍ଲ୍ଡ ୟୁପିଆଇ କମ୍ବା କୌଣସି ବି ICCW ଫେସିଲିଟି ଥିବା ଯେ କୌଣସି ଅନ୍ୟ ୟୁପିଆଇ ଆପ୍ ବ୍ୟବହାର କରି ବିଓବି ଏଟିଏମ୍‌ରୁ ଟଙ୍କ ଉଠାଇପାରିବେ। ସେମାନଙ୍କୁ ଏଟିଏମ୍‌ର କାର୍ଡର ବ୍ୟବହାର କରିବାକୁ ପଡ଼ିବନି।

You Don't Need ATM Card To Withdraw Cash, Use UPI On Your Phone

ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ଦେଶରେ ୧୧,୦୦୦ ଏଟିଏମ୍ ରହିଛି

ବିଓବିର ମୁଖ୍ୟ ଡିଜିଟାଲ ଅଫିସର ଅଖିଳ ହାଣ୍ଡା କହିଛନ୍ତି ଯେ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ICCW ସୁବିଧା ଗ୍ରାହକଙ୍କୁ ବିନା ଫିଜିକାଲ କାର୍ଡର ବ୍ୟବହାରରେ ଟଙ୍କା ଉଠାଇବାର ସୁବିଧା ଦେଇଛି। ଟଙ୍କା ଉଠାଇବାରେ ଏହା ଏକ ସରଳ ଓ ସରୁକ୍ଷିତ ଓ ସୁବିଧାଜନକ ଉପାୟ। ବ୍ୟାଙ୍କ ଅଫ୍ ବରୋଦାର ଦେଶରେ ୧୧ ହଜାରରୁ ଅଧିକ ଏଟିଏମ୍‌ ମେସିନ ରହିଛି। ଏସବୁ ଏଟିଏମ୍‌ରୁ ଗ୍ରାହକମାନେ ଏହି ନୂଆ ସୁବିଧାରେ ଫାଇଦା ଉଠାଇପାରିବେ ବୋଲି ବିଓବିମୁଖ୍ୟ ଡିଜିଟାଲ ଅଫିସର ଅଖିଳ ହାଣ୍ଡା କହିଛନ୍ତି।

ପଢ଼ନ୍ତୁ- ବିଦେଶୀ ମୁଦ୍ରା ନିୟମରେ ହେବ ବଡ଼ ପରିବର୍ତ୍ତନ, ଆଇନରେ ବଦଳି ଏଜେଣ୍ଡା ଅର୍ଥ ମନ୍ତ୍ରାଳୟକୁ ପଠାଇଲା RBI

ଏପଟେ ଆର୍‌ବିଆଇ ମଧ୍ୟ ବ୍ୟାଙ୍କଗୁଡ଼ିକୁ ଏହି ଫର୍ମୁଲା ଆପଣାଇବାକୁ ପରାମର୍ଶ ଦେଇଛି। କ୍ଲୋନିଂ, ସ୍କିମିଙ୍ଗ ଓ ଡିଭାଇସ୍ ଖରାପ କରିବାକୁ ପ୍ରୟାଶ ଓ ଠକେଇ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆର୍‌ବିଆଇ ଏହି ସେବା ବ୍ୟବହାର କରିବାକୁ କହିଛି।

   Related Posts